କନକ ବ୍ୟୁରୋ: କଳାହାଣ୍ଡି କେସିଙ୍ଗା ୨୬ ନମ୍ବର ଜାତୀୟ ରାଜପଥ ରିଲାଏନ୍ସ ଟ୍ରେଣ୍ଡସ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭୋର ୩ଟା ସମୟରେ ଟ୍ରକ ଓ ବୋଲେରୋ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଦୁର୍ଘଟଣାରେ ବୋଲେରୋରେ ଥିବା ୭ ଜଣ ଗୁରୁତର ଆହତ ହୋଇଥିବା ବେଳେ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ପ୍ରଥମେ କେସିଙ୍ଗା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା ପରେ ଭବାନୀପାଟଣାକୁ ସ୍ଥାନାନ୍ତରିତ କରାଯାଇଛି । ଆହତମାନେ ଛତିଶଗଡ଼ର ହୋଇଥିବା ବେଳେ ବସ୍ତରରୁ ହୀରାକୁଦ ବୁଲିବାକୁ ଆସିଥିଲେ । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
ଟ୍ରକ-ବୋଲେରୋ ମୁହାଁମୁହିଁ ଧକ୍କା , ୭ ଗୁରୁତର , କେସିଙ୍ଗା ୨୬ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା
/kanak/media/post_attachments/wp-content/uploads/2024/08/acc.jpg)