କଟକ ତେଲେଙ୍ଗାପେଣ୍ଠ ଓଭରବ୍ରିଜ ଉପରେ ଜଳିଗଲା ଟ୍ରକ୍ । ବାଲି ବୋଝେଇ ଟ୍ରକ୍ ଛିଡା ହୋଇଥିବାବେଳେ ହଠାତ୍ ଲାଗିଲା ନିଆଁ ।

251

କନକ ବ୍ୟୁରୋ: କଟକ ତେଲେଙ୍ଗାପୀଠ ଓଭରବ୍ରିଜରେ ଜଳିଗଲା ଟ୍ରକ୍ । ଏକ ବାଲି ବୋଝେଇ ଟ୍ରକ୍ ଛିଡା ହୋଇଥିବା ବେଳେ ହଠାତ୍ ନିଆଁ ଲାଗି ଯାଇଥିଲା । ସଟ୍ ସର୍କିଟ୍ ଯୋଗୁ ଟ୍ରକରେ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ଘଟଣା ପରେ ଟ୍ରକ୍ର ଡ୍ରାଇଭର ଫେରାର ହୋଇଯାଇଥିବା ଜଣାପଡ଼ିଛି । ଟ୍ରକରେ ନିଆଁ ଲାଗିବା ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ଦମକଳ ବାହିନୀ । ଟ୍ରକରେ ଲାଗିଥିବା ନିଆଁକୁ ଆୟତ କରାଯାଇଥିଲା । ଟ୍ରକରେ ନିଆଁ ଲାଗିବା ଯୋଗୁ କିଛି ସମୟ ପାଇଁ ଓଭରବ୍ରିଜ୍ ଉପରେ ଯାତାୟତରେ ଅସୁବିଧା ସୃଷ୍ଟି ହୋଇଥିଲା ।