କନକ ବ୍ୟୁରୋ: ଛଟ ପୁଜା ପୁଜା ସାରି ଘରକୁ ଫେରିବା ସମୟରେ ଅଘଟଣ ଘଟି ୧୦ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଛି । ଏମିତି ଏକ ଅଭାବନିୟ ଘଟଣା ସାମ୍ନାକୁ ଆସିଛି ଆସାମ ର କରିମଗଞ୍ଜ ଜିଲ୍ଲାରୁ । ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ମଧ୍ୟରେ ଶିଶୁ ଓ ମହିଳାଙ୍କ ସଂଖ୍ୟା ଅଧିକ ଥିବା ଜଣାପଡିଛି । ସୁଚନା ଅନୁସାରେ ୧୦ ଜଣ ଶ୍ରଦ୍ଧାଳୁ ଛଟ ପୁଜା ସାରି ଏକ ଅଟୋ ରିକ୍ସା ଯୋଗେ ଘରକୁ ଫେରୁଥିଲେ । ସେହି ସମୟରେ ସାମ୍ନାରୁ ଆସୁଥିବା ଏକ ଟ୍ରକ ଅଟୋ ସହ ମୁହାଁ ମୁହିଁ ହୋଇଥିଲା ।
ଟ୍ରକ ର ସ୍ପିଡ ଏେତେ ଅଧିକ ଥୁିଲା ଯେ ଅଟୋ ଟି ଭାଙ୍ଗି ଚୁର ମାର ହୋଇଯାଇଛି । ଘଟଣା ସ୍ଥଳରେ ହିଁ ୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣଙ୍କ ଅବସ୍ଥା ଗୁରୁତର ହୋଉ ପଡିଥିଲା । ଫଳରେ ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନିୟ ହସ୍ପିଟ୍ାଲ କୁ ନିଆଯାଇଥିଲା କିିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣା କୁ ନେଇ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱ ସର୍ମା ଦୁଖ ପ୍ରକାଶ କରିବା ସହ ମୃତକଙ୍କ ପରିବାର କୁ ୧ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/post_attachments/wp-content/uploads/2021/11/tati36vg_10-chhath-devotees-killed-in-road-accident-in-assamnov-11_625x300_11_November_21.jpg)