କନକ ବ୍ୟୁରୋ: ଆଜି ଭୋର ସମୟରେ ମୁମ୍ବାଇ- ଗୋଆ ହାଇୱେରେ ଘଟିଛି ଭୟଙ୍କର ଦୁର୍ଘଟଣା । ଟ୍ରକ୍ – କାର ମୁହାଁମୁହି ଧକ୍କା ହେବାରୁ ଘଟଣାସ୍ଥଳରେ ହିଁ ୯ଜଣଙ୍କର ମୃତ୍ୟୁ ଘଟିଛି ।

Advertisment

ଭୋର୍‌ ପ୍ରାୟ ୫ଟା ବେଳେ ରେପୋଲି ଗାଁ ନିକଟରେ ଦୁର୍ଘଟଣା ଘଟିଛି। ରାସ୍ତାର ବିପରୀତ ପାର୍ଶ୍ବରୁ ଆସୁଥିବା ଗୋଟାଏ ଟ୍ରକ୍‌ ଗୋଟାଏ ‘ଇକୋ’ କାର୍‌କୁ ଧକ୍କା ଦେଇଥିଲା। ଦୁର୍ଘଟଣାଯୋଗୁଁ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି, ୫ଜଣ ପୁରୁଷ, ୩ଜଣ ମହିଳା ଓ ଜଣେ ପିଲା। ଆହତ ହୋଇଥିବା ଆଉ ଜଣେ ୪ ବର୍ଷିୟ ପିଲାକୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କରି ଗୋରେଗାଓଁ ପୁଲିସ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଇଛି।

ଟ୍ରକ ମୁମ୍ବାଇ ଅଭିମୁଖେ ଯାଉଥିବା ବେଳେ କାର୍‌ଟି ରତ୍ନଗିରି ଜିଲ୍ଲାରେ ଥିବା ଗୁହାଗର୍‌କୁ ଯାଉଥିଲା। ଭାଙ୍ଗିରୁଜି ଚେପଟା ହୋଇ ଯାଇଥିବା କାର୍‌କୁ ଦେଖିଲେ ଦୁର୍ଘଟଣାର ତୀବ୍ରତା ଜଣାପଡୁଛି। ଦୁର୍ଘଟଣାର କାରଣ ବିଷୟରେ ତଦନ୍ତ ଚାଲିଥିବା ବେରଳେ ରାଜପଥରେ ଯାନବାହନ ଚଳାଚଳ ମଧ୍ୟ ସ୍ବାଭାବିକ ହୋଇଛି ବୋଲି ପୁଲିସ କହିଛି।