ବୌଦ୍ଧ ବହିଆ ଛକରେ ଟ୍ରକ୍ ଓ ବୋଲେରୋ ମୁହାଁମୁହିଁ ଧକ୍କା । ୭ ଗୁରୁତର, ହସ୍ପିଟାଲରେ ଭର୍ତ୍ତି

ବୌଦ୍ଧ ବହିଆ ଛକରେ ଟ୍ରକ୍ ଓ ବୋଲେରୋ ମୁହାଁମୁହିଁ ଧକ୍କା । ୭ ଗୁରୁତର, ହସ୍ପିଟାଲରେ ଭର୍ତ୍ତି

କନକ ବ୍ୟୁରୋ : ଟ୍ରକ୍-ବୋଲେରୋ ମୁହାଁମୁହିଁ ଧକ୍କା । ୭ ଜଣ ଗୁରୁତର ଆହତ । ବୌଦ୍ଧ ବାଉଁଶୁଣୀ ବହିଆ ଛକ ନିକଟରେ ଭୋର ସମୟରେ ଟ୍ରକ୍ ଓ ବୋଲେରୋ ମଧ୍ୟ ମୁହାଁମୁହିଁ ଧକ୍କା ହୋଇଛି । ଟ୍ରକଟି ସୋନପୁରରୁ ବୌଦ୍ଧ ଅଭିମୁଖେ ଯାଉଥିବା ବେଳେ ସାମ୍ନା ପଟୁ ଆସୁଥିବା ଏକ ବୋଲେରୋ ସହିତ ଧକ୍କା ହୋଇଥିଲା । ଫଳରେ ବୋଲେରୋରେ ଥିବା ଯାତ୍ରୀ ଗୁରୁତର ଆହତ ହୋଇଥିଲେ । ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଂଚି ଆହତଙ୍କୁ ଉଦ୍ଧାର କରି ବାଉଁଶୁଣୀ ମେଡିକାଲରେ ଭର୍ତି କରିଛନ୍ତି । ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe