ସମ୍ବଲପୁର ଚାରମାଳ ନିକଟ ବ୍ରିଜରେ ଓଲଟିଲା ଟ୍ରକ । ଯାତାୟତ ଠପ, ଉଭୟ ପଟରେ ଠିଆ ହୋଇ ରହିଛନ୍ତି ଗାଡି ମୋଟର

243

କନକ ବ୍ୟୁରୋ: ସମ୍ବଲପୁର ଚାରମାଲ ଥାନା ନିକଟ ବ୍ରିଜରେ ଓଲଟିଲା ଟ୍ରକ । ଟ୍ରକ ଓଲଟି ପଡିଥିବାରୁ ସମ୍ବଲପୁର-ଅନୁଗୁଳ ରାସ୍ତାରେ ଜାତାୟାତ ବାଧାପ୍ରାପ୍ତ ହୋଇଛି । ସମ୍ବଲପୁର ରେଢାଖୋଲ ଜାତୀୟ ରାଜପଥ ୫୫ରେ ଗତକାଲି ରାତି ୧୧ଟାରୁ ଯାତାୟାତ ଠପ ହୋଇଯାଇଛି । ରେଢାଖୋଲରୁ ସମ୍ବଲପୁର ଅଭିମୁଖେ ଟ୍ରକଟି ଯାଉଥିଲା ।

ରେଢାଖୋଲ ଓ ଚାରମାଲ ମଝିରେ ଥିବା ସିଙ୍ଗଲ ବ୍ରିଜ ଉପରେ ଟ୍ରକଟି ଝୁଲନ୍ତା ଅବସ୍ଥାରେ ରହିଛି । ଟ୍ରକଟି ଜାତୀୟ ରାଜପଥ ଉପରେ ରହିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି । ଶହ ଶହ ସଂଖ୍ୟାରେ ବସ ଓ ଟ୍ରକ ରାସ୍ତାରେ ଅଟକି ରହିଛି । ଏହି ଜାତୀୟ ରାଜପଥରେ ବରଗଡ, ସମ୍ବଲପୁର, ଝାରଶୁଗୁଡା, ରାଉରକେଲା, ସୁନ୍ଦରଗଡରୁ ନାଇଟ କୋଚ ବସ ଯାଆସ କରିଥାଏ । ତେବେ ଟ୍ରକଟି ଏବେ ବି ଝୁଲି ରହିଥିବାରୁ ବସ ଗୁଡିକ ଅଟକି ରହିଛି ।