କନକ ବ୍ୟୁରୋ : ଘାଟିରୁ ଖସିଲା ଯାତ୍ରାପାର୍ଟି ଟ୍ରକ । ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୫ ଜଣଙ୍କର ଜୀବନ ଯାଇଥିବା ବେଳେ ୧୨ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି । ବାଙ୍ଗିରିପୋଷି ଦ୍ୱାରଶୁଣି ଘାଟି ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ଏବେ ବି ଟ୍ରକ ତଳେ ଅନେକ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି ।
ଦ୍ୱାରଶୁଣି ଘାଟି ନିକଟରେ ଟ୍ରକଟି ଭାରସାମ୍ୟ ହରାଇ ଖସି ପଡିଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ପୋଲିସ ପହଞ୍ଚିଥିବା ବେଳେ ଉଦ୍ଧାରକାର୍ଯ୍ୟକୁ ତ୍ୱରାନିତ୍ୱ କରାଯାଇଛି । ସମସ୍ତ ଆହତଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଟ୍ରକଟି ଘାଟି ତଳକୁ ଖସି ଖଣ୍ଡ ବିଖଣ୍ଡିତ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/01/Screen-Shot-2024-01-24-at-12.08.40-PM.jpg)