ଟିଆରପି ସ୍କାମ ଚର୍ଚ୍ଚା ପରେ ବାର୍କ ବନ୍ଦ କଲା ସବୁ ନ୍ୟୁଜ ଚ୍ୟାନେଲର ଟିଆରପି, ୩ ମାସ ପାଇଁ ବନ୍ଦ ହେଲା ରେଟିଂ, ସ୍କାମ ଘଟଣାର ସିବିଆଇ ଯାଂଚ ପାଇଁ ସୁପ୍ରିମକୋର୍ଟ ଯାଇଥିଲା ରିପବ୍ଲିକ ଟିଭି, ସୁପ୍ରିମକୋର୍ଟ କହିଲେ, ବମ୍ବେ ହାଇକୋର୍ଟରେ କରନ୍ତୁ ଆବେଦନ

Advertisment
ଟିଆରପି ସ୍କାମ ଚର୍ଚ୍ଚା ପରେ ବାର୍କ ବନ୍ଦ କଲା  ସବୁ ନ୍ୟୁଜ ଚ୍ୟାନେଲର ଟିଆରପି, ୩ ମାସ ପାଇଁ ବନ୍ଦ ହେଲା ରେଟିଂ,  ସ୍କାମ ଘଟଣାର ସିବିଆଇ ଯାଂଚ ପାଇଁ ସୁପ୍ରିମକୋର୍ଟ ଯାଇଥିଲା ରିପବ୍ଲିକ ଟିଭି, ସୁପ୍ରିମକୋର୍ଟ କହିଲେ, ବମ୍ବେ ହାଇକୋର୍ଟରେ କରନ୍ତୁ ଆବେଦନ

କନକ ବ୍ୟୁରୋ : ଫର୍ଜି ରେଟିଂ ବିବାଦ ପରେ ରେଟିଂ ଏଜେନ୍ସି BARC (Broadcast Audience Research Council) ଆସନ୍ତା ୩ ମାସ ପର୍ଯ୍ୟନ୍ତ ଟିଭି ଚ୍ୟାନେଲ ମାନଙ୍କର ସାପ୍ତାହିକ ରେଟିଂ ଉପରେ ରୋକ ଲଗାଇଛନ୍ତି । କିଛିଦିନ ହେବ ଫର୍ଜି ଟିଆରପିକୁ ନେଇ ଚାଲିଥିବା ବିବାଦ ବର୍ତମାନ ଗଣମାଧ୍ୟମ ମାନଙ୍କ ପାଇଁ ଏକ ବଡ ବିବାଦ ଭାବେ ଠିଆ ହୋଇଛି । ଏହାକୁ ନେଇ କିଛି ଛୋଟ ବଡ ଟିଭି ଚ୍ୟାନେଲ ଏବେ କାଠଗଡାରେ । ଏଭଳି ବିବାଦ ଦେଖା ଦେବା ପରେ ଏଜେନ୍ସି ତା’ର ସିଷ୍ଟମକୁ ସଜାଡିବାକୁ ଆସନ୍ତା ୩ ମାସ ଯାଏ ଟିଭି ଚ୍ୟାନେଲ ମାନଙ୍କର ସାପ୍ତାହିକ ରେଟିଂ ଚେକିଂ ବନ୍ଦ୍ କରିବାକୁ ନିଷ୍ପତ୍ତି ନେଇଛି ।
BARC ଗୁରୁବାର ଦିନ ଏକ ବିବୃତ୍ତିରେ ନିଜର ସିଷ୍ଟମ ଯାଂଚ କରୁଥିବା କଥା କହିଛନ୍ତି । ଯାଂଚ ସରିବା ପରେ ନ୍ୟୁଜ୍ କେଟୋଗୋରୀ ପ୍ରକ୍ରିୟା ଆରମ୍ଭ କରାଯିବ । ଏହା ମଧ୍ୟରେ ସବୁ ଚ୍ୟାନେଲ ମାନଙ୍କର ରେଟିଂ ପବ୍ଲିସିଂ ବନ୍ଦ ରହିବ । ଏହି ଯାଂଚ ପ୍ରକ୍ରିୟା ୧୨ ରୁ ୧୮ ସପ୍ତାହ ପର୍ଯ୍ୟନ୍ତ ଲାଗିପାରେ ବୋଲି ଈଇଜଉ ସୂଚନା ଦେଇଛି ।
ରେଟିଂ ଏଜେନ୍ସି କହିଛି କି ବଡ କେଟୋଗୋରୀ ମାନଙ୍କର ଡାଟା ରିପୋଟିଂ ଓ ରେଟିଂ ମାପିବାକୁ ତାଙ୍କ ପାଖରେ ଥିବା ସିଷ୍ଟମ ର ସମୀକ୍ଷା କରିବାକୁ ନିଷ୍ପତ୍ତି ନେଇଛି । ଯାହାଦ୍ୱାରା ଏହି ସିଷ୍ଟମକୁ ଏପଟ ସେପଟ କରିବାକୁ କେହି ଯେଭଳି ସମର୍ଥ ନହେବେ ତାହା ଉପରେ କାର୍ଯ୍ୟ କରାଯିବ ।
କହିରଖୁ କି ଫର୍ଜି ରେଟିଂ ମାମଲାରେ ରିପବ୍ଲିକ ଟିଭି ସହିତ ୩ ଟି ଚ୍ୟାନେଲ ହେରାଫେରି କରିବା ଓ ରାଜସ୍ୱ ବଢାଇବାକୁ ଫର୍ଜି ଦର୍ଶକ ତିଆରି କରିବା ନେଇ ଯାଂଚ ଚାଲିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe