ଟିଆରପି ସ୍କାମ ଚର୍ଚ୍ଚା ପରେ ବାର୍କ ବନ୍ଦ କଲା ସବୁ ନ୍ୟୁଜ ଚ୍ୟାନେଲର ଟିଆରପି, ୩ ମାସ ପାଇଁ ବନ୍ଦ ହେଲା ରେଟିଂ, ସ୍କାମ ଘଟଣାର ସିବିଆଇ ଯାଂଚ ପାଇଁ ସୁପ୍ରିମକୋର୍ଟ ଯାଇଥିଲା ରିପବ୍ଲିକ ଟିଭି, ସୁପ୍ରିମକୋର୍ଟ କହିଲେ, ବମ୍ବେ ହାଇକୋର୍ଟରେ କରନ୍ତୁ ଆବେଦନ

୩ ମାସ ଟିଆରପି ରେଟିଂ ବନ୍ଦ

182

କନକ ବ୍ୟୁରୋ : ଫର୍ଜି ରେଟିଂ ବିବାଦ ପରେ ରେଟିଂ ଏଜେନ୍ସି BARC (Broadcast Audience Research Council) ଆସନ୍ତା ୩ ମାସ ପର୍ଯ୍ୟନ୍ତ ଟିଭି ଚ୍ୟାନେଲ ମାନଙ୍କର ସାପ୍ତାହିକ ରେଟିଂ ଉପରେ ରୋକ ଲଗାଇଛନ୍ତି । କିଛିଦିନ ହେବ ଫର୍ଜି ଟିଆରପିକୁ ନେଇ ଚାଲିଥିବା ବିବାଦ ବର୍ତମାନ ଗଣମାଧ୍ୟମ ମାନଙ୍କ ପାଇଁ ଏକ ବଡ ବିବାଦ ଭାବେ ଠିଆ ହୋଇଛି । ଏହାକୁ ନେଇ କିଛି ଛୋଟ ବଡ ଟିଭି ଚ୍ୟାନେଲ ଏବେ କାଠଗଡାରେ । ଏଭଳି ବିବାଦ ଦେଖା ଦେବା ପରେ ଏଜେନ୍ସି ତା’ର ସିଷ୍ଟମକୁ ସଜାଡିବାକୁ ଆସନ୍ତା ୩ ମାସ ଯାଏ ଟିଭି ଚ୍ୟାନେଲ ମାନଙ୍କର ସାପ୍ତାହିକ ରେଟିଂ ଚେକିଂ ବନ୍ଦ୍ କରିବାକୁ ନିଷ୍ପତ୍ତି ନେଇଛି ।
BARC ଗୁରୁବାର ଦିନ ଏକ ବିବୃତ୍ତିରେ ନିଜର ସିଷ୍ଟମ ଯାଂଚ କରୁଥିବା କଥା କହିଛନ୍ତି । ଯାଂଚ ସରିବା ପରେ ନ୍ୟୁଜ୍ କେଟୋଗୋରୀ ପ୍ରକ୍ରିୟା ଆରମ୍ଭ କରାଯିବ । ଏହା ମଧ୍ୟରେ ସବୁ ଚ୍ୟାନେଲ ମାନଙ୍କର ରେଟିଂ ପବ୍ଲିସିଂ ବନ୍ଦ ରହିବ । ଏହି ଯାଂଚ ପ୍ରକ୍ରିୟା ୧୨ ରୁ ୧୮ ସପ୍ତାହ ପର୍ଯ୍ୟନ୍ତ ଲାଗିପାରେ ବୋଲି ଈଇଜଉ ସୂଚନା ଦେଇଛି ।
ରେଟିଂ ଏଜେନ୍ସି କହିଛି କି ବଡ କେଟୋଗୋରୀ ମାନଙ୍କର ଡାଟା ରିପୋଟିଂ ଓ ରେଟିଂ ମାପିବାକୁ ତାଙ୍କ ପାଖରେ ଥିବା ସିଷ୍ଟମ ର ସମୀକ୍ଷା କରିବାକୁ ନିଷ୍ପତ୍ତି ନେଇଛି । ଯାହାଦ୍ୱାରା ଏହି ସିଷ୍ଟମକୁ ଏପଟ ସେପଟ କରିବାକୁ କେହି ଯେଭଳି ସମର୍ଥ ନହେବେ ତାହା ଉପରେ କାର୍ଯ୍ୟ କରାଯିବ ।
କହିରଖୁ କି ଫର୍ଜି ରେଟିଂ ମାମଲାରେ ରିପବ୍ଲିକ ଟିଭି ସହିତ ୩ ଟି ଚ୍ୟାନେଲ ହେରାଫେରି କରିବା ଓ ରାଜସ୍ୱ ବଢାଇବାକୁ ଫର୍ଜି ଦର୍ଶକ ତିଆରି କରିବା ନେଇ ଯାଂଚ ଚାଲିଛି ।