ଟିଆରପି ଦୁର୍ନୀତି ମାମଲାରେ ପର୍ଦ୍ଦାଫାଶ । ହେରଫେର କରାଯାଇ ଟାଇମସ୍ ନାଓକୁ ପଛରେ ରଖି ରିପବ୍ଲିକ ଟିଭିକୁ କରାଯାଉଥିଲା ନମ୍ବର ୱାନ୍ ।

421

କନକ ବ୍ୟୁରୋ : ଟିଆରପି ଦୁର୍ନୀତି ମାମଲାରେ ବଡ଼ ତଥ୍ୟ ପଦାକୁ ଆସିଛି । ରିପବ୍ଲିକ ଟିଭିକୁ ଏକ ନମ୍ବର ଦେଖାଇବାକୁ ଟିଆରପିରେ ହେରଫେର କରାଯାଇଥିଲା । ଟିଆରପି ଏପଟସେପଟ କରି ଟାଇମ୍ସ ନାଓକୁ ୨ ନମ୍ବର ଦେଖାଯାଇଥିଲା । ସେହିପରି ସିଏନଏନ ନ୍ୟୁଜ୍ ଏଇଟିନକୁ ୨ ନମ୍ବର ସ୍ଥାନରୁ ଜାଣିଶୁଣି ତୃତୀୟ ସ୍ଥାନରେ ଦର୍ଶାଯାଇଥିଲା । ଆଉ ବ୍ରୋଡକାଷ୍ଟ ଅଡିଆନ୍ସ ରିସର୍ଚ କାଉନସିଲ ବା ବାର୍କର କିଛି ଅଧିକାରୀ ଏଥିରେ ସମ୍ପୃକ୍ତ ଥିଲେ । ଏନେଇ ମୁମ୍ବାଇ ଜଏଂଟ କମିଶନର ମିଲିନ୍ଦ ଭାରାମ୍ବେ ସୂଚନା ଦେଇଛନ୍ତି ।

୨୦୧୬ରୁ ୨୦୧୯ ମଧ୍ୟରେ ଏପରି ଟିଆରପି ହେରଫେର କରାଯାଉଥିଲା ବୋଲି ମୁମ୍ବାଇ ପୁଲିସ୍ କହିଛି । ବାର୍କର ସେତେବେଳର ସିଇଓ ଓ ସିଓ ଏହି ସ୍ମାମରେ ସମ୍ପୃକ୍ତ ଥିଲେ । ଏହି ଘଟଣାରେ ବାର୍କର ପୂର୍ବତନ ସିଇଓ ପାର୍ଥ ଦାସଗୁପ୍ତାଙ୍କୁ ଗିରଫ କରିଛି ମୁମ୍ବାଇ କ୍ରାଇମବ୍ରାଂଚ ।

ପୂର୍ବରୁ ଟିଆରପି ସ୍ମାମ ନେଇ ଅର୍ଣ୍ଣବ ଗୋସ୍ୱାମୀଙ୍କ ରିପବ୍ଲିକ ଟିଭିର ବିଭିନ୍ନ ଅଧିକାରୀଙ୍କୁ ପଚରାଉଚରା କରିଥିଲା କ୍ରାଇମବ୍ରାଂଚ । ଏହାସହ ରିପବ୍ଲିକ ଟିଭିର କିଛି ବରିଷ୍ଠ ଅଧିକାରୀଙ୍କୁ ମଧ୍ୟ ଗିରଫ କରିଛି । ଟିଆରପି ସ୍ମାମ ନେଇ ଏଯାଏଁ ମୋଟ୍ ୧୫ ଜଣ ଲୋକଙ୍କୁ ଗିରଫ କରାଯାଇ ସାରିଲାଣି ।