ଭାରତୀୟ ଷ୍ଟେଟ ବ୍ୟାଙ୍କ ଦ୍ୱାରା ସଂଚୟ ଖାତାରେ ନ୍ୟୁନତମ ଅର୍ଥ ରାଶି ନରଖିଲେ ଆପଣଙ୍କ ପଇସା କଟୁଛି କି ? ଏହା ଏକ ସମସ୍ୟା ପାଲଟି ଯାଇଛି । ସେଥିପାଇଁ ଏହା ଉପରେ ଆଲୋଚନା କରାଯାଉଛି । ଉଦାହରଣ ସ୍ୱରୂପ ଜଣେ ବୃଦ୍ଧ ବ୍ୟକ୍ତିଙ୍କୁ ପ୍ରତି ମାସ ୨୦୦୦ ଟଙ୍କା ପେନସନ ମିଳେ , ତେବେ ସେ କେମିତି ତାଙ୍କ ଖାତାରେ ୧୦୦୦-୨୦୦୦ ବା ୫୦୦୦ ଟଙ୍କା ରଖିବେ ? ତାଙ୍କ ଭଳି ଅନେକ ଖାତାଧାରୀ ଅଛନ୍ତି ।
ତେବେ ଏଭଳି ଖାତା ଥିବା ଲୋକଙ୍କୁ ପରାମର୍ଶ ଦିଆଯାଉଛି କି ସେମାନେ ବର୍ତ୍ତମାନ ସଂଚୟ ଖାତାକୁ ବେସିକ ସେଭିଙ୍ଗସ ବ୍ୟାଙ୍କ ଡିପୋଜିଟ ଆକାଉଣ୍ଟ ରେ ପରିବର୍ତ୍ତିତ କରନ୍ତୁ । ଖାତା ନମ୍ବର ବଦଳିବନି, ସେଇଟା ହିଁ ରହିବ । ଶାଖାରେ କେବଳ ତାହାର ପ୍ରୋଡକ୍ଟ କୋଡକୁ ୧୦୧୧-୧୭୦୧ କରିଦିଆଯିବ । ନ୍ୟୁନତମ ବାଲାନ୍ସର କୈାଣସି ଚାପ ରହିବନି । ନିଃଶୁଳ୍କ ରୁ-ପେ ଏଟିଏମ-ସହ –ଡେବିଟ କାର୍ଡର ସୁବିଧା ମଧ୍ୟ ମିଳିବ ଏବଂ ଖାତାରୁ ଅଧିକରୁ ଅଧିକ ୪ ଥର ବାହାର କରିପାରିବେ । ଆରବିଆଇର ନିର୍ଦ୍ଦେଶାନୁସାରେ ଏହି ସୁବିଧା ସମସ୍ତ ବ୍ୟାଙ୍କରେ ଉପଲବ୍ଧ ଅଛି । ଆସନ୍ତୁ ଜାଣିବା ଏହାକୁ ନେଇ ଥିବା କିଛି ଗାଇଡଲାଇନ ।
• ୧୬ ଡିସେମ୍ବର ୨୦୧୦ର ଭାରତ ସରକାରଙ୍କ ଅଧିସୂଚନାରେ ମୂଳ ସଂଚୟ ବ୍ୟାଙ୍କ ଜମା ଖାତା ଓ ଛୋଟ ଖାତା ନିମ୍ନଲିଖିତ ସର୍ତ୍ତରେ ହେବ :
• ଏମିତି ଖାତାରେ ମୋଟ କ୍ରେଡିଟ ଏକ ବର୍ଷରେ ୧ ଲକ୍ଷ ଟଙ୍କାରୁ ଯେମିତି ଅଧିକ ନହେଉ ।
• ଖାତାରେ ଅଧିକରୁ ଅଧିକ ୫୦ ହଜାରରୁ ଅଧିକ ବାଲାନ୍ସ ରହିବା ଉଚିତ ନୁହେଁ ।
• କୈାଣସି ମାସରେ ନଗଦ ପ୍ରତ୍ୟାହାର ଓ ଟ୍ରାନଜିଟ ରୂପରେ ମୋଟ ଡେବିଟ ୧୦,୦୦୦ ଟଙ୍କାରୁ ଅଧିକ ହେବା ଉଚିତ ନୁହେଁ ।
• ସାମାନ୍ୟ କେୱାଇସି ଔପଚାରିକତା ଗୁଡିକୁ ପୁରା ନକରିବା ଯାଏଁ ବିଦେଶୀ କ୍ରେଡିଟ ଛୋଟ ଖାତାରେ ଜମା କରିପାରିବେନି ।
• ଛୋଟ ଖାତାରେ ପ୍ରାରମ୍ଭରେ ୧୨ ମାସ ପାଇଁ ବୈଧ ଅଟେ, ଯଦି ଜଣେ ବ୍ୟକ୍ତି ଅଫିସିଆଲ ଭାବରେ ବୈଧ କରିବା ପାଇଁ ଆବେଦନ କରିବାର ପ୍ରମାଣ ପ୍ରସ୍ତୁତ କରେ, ତାହଲେ ୧୨ ମାସ ପର୍ୟ୍ୟନ୍ତ ବଢ଼ାଯାଇପାରିବ ।
କ’ଣ ସୁବିଧା ମିଳିବ ?
• ଏହି ପ୍ରକାରର ଆକାଉଣ୍ଟ ପାଇଁ ଯେକ÷ାଣସି ନ୍ୟୁନତମ ବାଲାନ୍ସ ଖାତାରେ ରଖିବା ଅନିର୍ବାର୍ୟ୍ୟ ନୁହେଁ । ଆପଣ ଚାର୍ହିବେ ଯଦି ବାଲାନ୍ସ ଜିରୋ ବି ରଖି ପାରିବେ ।
• ଏଥିରେ ମଧ୍ୟ ଆପଣଙ୍କୁ ଅନ୍ୟ ଖାତା ଭଳି ଏଟିଏମ ମିଳିବ । ଆପଣ ଯେକୈାଣସି ଏଟିଏମରୁ ନଗଦ କାଢ଼ିପାରିବେ ।
• ପ୍ରତ୍ୟେକ ବ୍ୟାଙ୍କ ଏହି ପ୍ରକାରର ଖାତା ପାଇଁ କିଛି ସର୍ତ୍ତ ଲାଗୁ କରନ୍ତି , ଯେଉଁଠି ଆପଣଙ୍କ ଶାଖାରୁ ନଗଦ ବାହାର କରିବା ଓ ଜମା କରିବା ଉପରେ ଜାରି ହେବ ।
• ଏଭଳି ଖାତାରୁ ସମସ୍ତ ପ୍ରକାରର ବିଲ ପେମେଣ୍ଟ ଏବଂ ରିଚାର୍ଜ କରିପାରିବେ । କଥା କେବଳ ଜମା ଧନର କାହିଁକିନା ନିୟମ ଅନୁସାରେ ଆପଣ ଏଥିରେ ନିର୍ଦ୍ଧାରିତ ରାଶିରୁ ଅଧିକ ଧନ ଜମା କରିପାରିବେନି ଏବଂ ଆପଣଙ୍କ ଦ୍ୱାରା କରାଯାଉଥିବା ନେଣଦେଣର ଆମାଉଣ୍ଟ ଉପରେ ବି ଚାପ ପଡେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/09/519239-state-bank-of-india.jpg)
/kanak/media/post_attachments/wp-content/uploads/2018/09/feature-23-300x200.jpg)
/kanak/media/post_attachments/wp-content/uploads/2018/09/sbi5-300x167.jpg)