ପାରାଦୀପ ସମୁଦ୍ରରେ ବୁଡିଲା ମାଛଧରା ଡଙ୍ଗା । ସୁରକ୍ଷିତ ଭାବେ ଉଦ୍ଧାର ହେଲେ ୬ ମତ୍ସ୍ୟଜୀବୀ ।

Advertisment
ପାରାଦୀପ ସମୁଦ୍ରରେ ବୁଡିଲା ମାଛଧରା ଡଙ୍ଗା । ସୁରକ୍ଷିତ ଭାବେ ଉଦ୍ଧାର ହେଲେ ୬ ମତ୍ସ୍ୟଜୀବୀ ।

image courtesy - youtube

କନକ ବ୍ୟୁରୋ : ଜଗତସିଂହପୁର ଜିଲ୍ଲାର ପାରାଦୀପ ସମୁଦ୍ରରେ ଏକ ମାଛ ଧରା ଡଙ୍ଗା ବୁଡ଼ିଯାଇଥିବାର ଖବର ମିଳିଛି । ଏହାଫଳରେ ପାଣିରେ ପଡ଼ିଯାଇଥିଲେ ୬ ମତ୍ସ୍ୟଜୀବୀ । ତେବେ କିଛି ସମୟ ଭିତରେ ସମସ୍ତ ୬ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରାଯାଇଥିବାର ଖବର ମିଳିଛି । ପ୍ରାପ୍ତ ସୂଚନା ଅନୁଯାୟୀ, ବ୍ଲାକରୋଜ’ ଜାହାଜରେ ପିଟି ହୋଇ ବୁଡ଼ିଥିଲା ଏକ ଡଙ୍ଗା ।

publive-imageନେହରୁ ବଙ୍ଗଳା ମାଛଧରା ବନ୍ଦରକୁ ଫେରୁଥିବା ବେଳେ ‘ବ୍ଲାକରୋଜ’ ନାମକ ଏକ ଜାହାଜକୁ ମାଛଧରା ଡଙ୍ଗା ଶକ୍ତ ଧକ୍କା ଦେବାରୁ ଡଙ୍ଗା ବୁଡ଼ିଯାଇଛି । ମାତ୍ର ଟ୍ରଲରରେ ଥିବା ସମସ୍ତ ୬ ଜଣ ମତ୍ସଜୀବୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଦୁର୍ଘଟଣା ସମୟରେ ଦୁର୍ଘଟଣାଗସ୍ତ ଡଙ୍ଗା ପାଖାପାଖି ଏକ ଟ୍ରଲର ଯାଉଥିଲା । ଫଳରେ ଉଦ୍ଧାର କାମ ପାଇଁ ବେଶୀ ସମୟ ଲାଗି ନ ଥିଲା । ଏଠାରେ ସୂଚନାଯୋଗ୍ୟ ଯେ ଆଗରୁ ମଧ୍ୟ ପାରାଦୀପର ନେହେରୁ ବଙ୍ଗଳା ନିକଟରେ ଏକ ଟ୍ରଲର ବୁଡ଼ି ଯାଇଥିବା ନେଇ ଖବର ମିଳିଥିଲା । ତେବେ ଏଥିରେ କେହି ହତାହତ ହୋଇ ନଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe