ଚୀନକୁ ସାବାଡ କରିବ ସାପର ପଞ୍ଚ… ବଜ୍ର ମାଡରେ ମାଟି କାମୁଡିପକାଇବ ଡ୍ରାଗନ ବାହିନୀ

331

କନକ ବ୍ୟୁରୋ : ଡରିବ ଡ୍ରାଗନ ବାହିନୀ । ସାବାଡ୍ ହେବ ଚୀନ୍… କରେଣ୍ଟ ମାଡରେ ଘାଇଲା ହେବ ବେଜିଂ । ଲଦାଖ୍ ସୀମାରେ ଚୀନକୁ ମଜା ଚଖାଇବା ପାଇଁ ଭାରତୀୟ ସେନାରେ ସାମିଲ ହେବାକୁ ଯାଉଛି ବଜ୍ର… ତ୍ରିଶୁଳ… ସାପର ପଞ୍ଚ … ଭଦ୍ର… ଏବଂ ହ୍ୟାଣ୍ଡି ବ୍ୟାଟନ୍ । ତେବେ ଆସନ୍ତୁ ଜାଣିବା ସେନାରେ ସାମିଲ ହେବାକୁ ଯାଉଥିବା ଏହି ୫ଟି ଅସ୍ତ୍ରର ଶକ୍ତିକୁ ।
ବଜ୍ର…
ଗଲୱାନ୍ ଘାଟି ସଂଘର୍ଷରେ ଭରତୀୟ ସେନା ଉପରେ ଆକ୍ରମଣ କରିବା ପାଇଁ କଣ୍ଟାରେ ଭର୍ତ୍ତି ବାଡିର ବ୍ୟବହାର କରିଥିଲା ଚୀନ୍ । ଯେଉଁଥିରେ ଅନେକ ଭାରତୀୟ ଯବାନ ଗୁରୁତର ଆହତ ହୋଇଥିଲେ ଏବଂ ସହିଦ ହୋଇଥିଲେ । କିନ୍ତୁ ଏବେ ଚୀନର ସେହି କଣ୍ଟା ଭର୍ତ୍ତି ବାଡିର ମୁକାବିଲା କରିବ, ଭାରତୀୟ ସେନାରେ ସାମିଲ ହେବାକୁ ଯାଉଥିବା ବଜ୍ର । ଏହି ବଜ୍ରରେ ରହିଛି ବିଦ୍ୟୁତ୍ ଶକ୍ତି । ଏହା ଦ୍ୱାରା ଶତ୍ରୁ ଉପରେ ଆକ୍ରମଣ କରିବା ସହ ବୁଲେଟ୍ ପ୍ର୍ରୁଫ୍ ଗାଡିକୁ ପମ୍ପଚର୍ ମଧ୍ୟ କରିହେବ ।
ତ୍ରିଶୁଳ…
ଏବେ ଆସନ୍ତୁ ଜାଣିବା ଭାରତୀୟ ସେନାରେ ସାମିଲ ହେବାକୁ ଯାଉଥିବା ଅତ୍ୟାଧୁନିକ ଅସ୍ତ୍ର ତ୍ରିଶୁଳ ବିଷୟରେ । ଗଲୱାନ ଘାଟିରେ ଚୀନ୍ କେବଳ କଣ୍ଟା ବାଡିର ବ୍ୟବହାର କରିଥିଲା ତା ନୁହେଁ, ଚୀନ୍ ତାର ପାରମ୍ପରିକ ଅସ୍ତ୍ରର ମଧ୍ୟ ବ୍ୟବହାର କରିଥିଲା । ଆଉ ଏବେ ଚୀନର ସେହି ପାରମ୍ପରିକ ଅସ୍ତ୍ରର ମୁକାବିଲା କରିବା ପାଇଁ ଭାରତୀୟ ସେନା ହାତକୁ ଆସୁଛି ତ୍ରିଶୁଳ । ଏହି ତ୍ରିଶୁଳ ଦ୍ୱାରା ଶତ୍ରୁକୁ ସଂହାର କରିବେ ଭାରତୀୟ ଯବାନ ।
ସାପର ପଞ୍ଚ…
ଭାରତୀୟ ସେନାରେ ସାମିଲ ହେବାକୁ ଯାଉଥିବା ତିନି ଅସ୍ତ୍ର ମଧ୍ୟରୁ ସବୁଠୁ ବଡ ଅସ୍ତ୍ର ସାଜିବ ସାପର୍ ପଞ୍ଚ । ଏହି ଅସ୍ତ୍ରଟି ଦେଖିବାକୁ ସାମାନ୍ୟ ହ୍ୟାଣ୍ଡ ଗ୍ଲୋବ୍ସ ଭଳି । କିନ୍ତୁ ଏହା ବଜ୍ର ଏବଂ ତ୍ରିଶୁଳ ଠାରୁବି ଘାତକ । ହାତରେ ପିନ୍ଧି ହାତକୁ ମୁଠା କରିଲେ ଏଥିରୁ କରେଣ୍ଟ ବାହାରିଥାଏ । ଏହାକୁ ପିନ୍ଧି ଶତ୍ରୁ ଉପରକୁ ପ୍ରହାର କଲେ ଶତ୍ରୁ କରେଣ୍ଟ ମାଡରେ ଚେତାସୂନ୍ୟ ହୋଇ ଦୂରକୁ ଛିଟିକି ପଡିବ ।
ଭଦ୍ର…
ଭଦ୍ର ଭାରତୀୟ ସେନାକୁ ପଥର ମାଡରୁ ରକ୍ଷା କରିବ । ଗଲୱାନ୍ ଘାଟି ଯେତେବେଳେ ଚାନ୍-ଭାରତ ମୁହାଁମୁହିଁ ହୋଇଥିଲେ । ସେତେବେଳେ ପଥର ମାଡରେ ଅନେକ ଯବାନ ସହିଦ ହୋଇଥିଲେ । କିନ୍ତୁ ଏବେ ପଥର ମାଡରୁ ଯବାନଙ୍କୁ ରକ୍ଷା କରିବ ଭଦ୍ର । ଏଥିରେ ଦୁଇଟି ଏଲିଡି ଲାଇଟ୍ ଲଗାଯାଇଛି । ଶତ୍ରୁ ଆଖିରେ ଏହି ଲାଇଟ୍ ପଡିଲେ, କିଛି ସମୟ ପାଇଁ ଶତ୍ରୁ ଏକପ୍ରକାର ଅନ୍ଧ ପାଲଟିଯିବ ।
ହ୍ୟାଣ୍ଡି ବ୍ୟାଟନ୍…
ହ୍ୟାଣ୍ଡି ବ୍ୟାଟନକୁ ଏପରି ଭାବେ ତିଆରି କରାଯାଇଛି । ଯାହା ଭାରତୀୟ ସେନାକୁ ଛାଡିଦେଲେ ଚୀନ ସେନା ବ୍ୟବହାର କରିପାରିବେ ନାହିଁ । କାରଣ ଏହାକୁ ଅପରେଟ୍ କରିବା ପାଇଁ ଏକ ସ୍ୱତନ୍ତ୍ର ସ୍ୱିଚ୍ର ଆବଶ୍ୟକ ପଡେ । ଯାହା ଭାରତୀୟ ସେନା ତାଙ୍କ ଆଙ୍ଗୁଠିରେ ପିନ୍ଧି ରଖିବେ । ଯଦିବି କୌଣସି ପରିସ୍ଥିତିରେ ଏହି ଅସ୍ତ୍ର ଶତ୍ରୁ ହାତରେ ପଡିଯାଏ, ତାହେଲେବି ସେ ଏହାକୁ ବ୍ୟବହାର କରିପାରିବେ ନାହିଁ ।
ଉତ୍ତରପ୍ରଦେଶର ନୋଏଡାରେ ଏ-ପେଷ୍ଟେରନ୍ ନାମକ ଏକ କମ୍ପାନୀ ଭାରତୀୟ ସେନାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ୫ଟି ଅସ୍ତ୍ର ତିଆରି କରିଛି । ଯାହାକୁ ଏଲଏସିରେ ଚୀନ୍ ସେନାଙ୍କ ବିରୋଧରେ ବ୍ୟବହାର କରିପାରିବେ ଯବାନ୍ । ଯଦି ପୁଣି ଗଲୱାନ୍ ସଂଘର୍ଷ ଭଳି ସ୍ଥିତି ଉପୁଜେ ତେବେ ଏହି ଅସ୍ତ୍ର ଡ୍ରାଗନ ବାହିନୀ ପାଇଁ କାଳ ସାଜିବ ।