ନୂଆ ସଂସଦ ଭବନରେ ଉଡିଲା ତ୍ରିରଙ୍ଗା । ଜାତୀୟ ପତାକା ଉତ୍ତୋଳନ କଲେ ଉପରାଷ୍ଟ୍ରପତି

Advertisment
ନୂଆ ସଂସଦ ଭବନରେ ଉଡିଲା ତ୍ରିରଙ୍ଗା । ଜାତୀୟ ପତାକା ଉତ୍ତୋଳନ କଲେ ଉପରାଷ୍ଟ୍ରପତି

କନକ ବ୍ୟୁରୋ: ରବିବାର ନୂଆ ସଂସଦ ଭବନରେ ପ୍ରଥମ ଥର ପାଇଁ ଜାତୀୟ ପତାକା ଉତ୍ତୋଳନ କରାଯାଇଛି। ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖର ଏବଂ ଲୋକସଭା ବାଚସ୍ପତି ଓମ୍ ବିର୍ଲା ନୂଆ ସଂସଦ ଭବନର ଗଜଦ୍ୱାରରେ ପତାକା ଉତ୍ତୋଳନ କରିଥିଲେ। ଜାତୀୟ ସଙ୍ଗୀତ ପରେ ଦୁହେଁ ଜାତୀୟ ପତାକାକୁ ଅଭିବାଦନ ଜଣାଇଥିଲେ। ଏହି ସମୟରେ ସମସ୍ତ କେନ୍ଦ୍ରମନ୍ତ୍ରୀ, ଲୋକସଭାରେ ବିରୋଧୀ ଦଳ ନେତା ଅଧୀର ରଞ୍ଜନ ଚୌଧୁରୀ ଉପସ୍ଥିତ ଥିଲେ। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଦଳର କାର୍ୟ୍ୟକାରିଣୀ ବୈଠକରେ ଯୋଗ ଦେବା ପାଇଁ ହାଇଦ୍ରାବାଦରେ ଥିବାରୁ ସେ ଆସିନଥିଲେ। ସୋମବାର ସଂସଦର ସ୍ୱତନ୍ତ୍ର ଅଧିବେଶନ ପୂର୍ବରୁ ଆଜି ସର୍ବଦଳୀୟ ବୈଠକ ଡକାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe