ସାଧାରଣତନ୍ତ୍ର ଦିବସରେ ଶେଷ ସ୍ୱାଧୀନ ଦୁର୍ଗରେ ଉଡ଼ିଲା ତ୍ରିରଙ୍ଗା। ୨୦୬ ମିଟର ତ୍ରିରଙ୍ଗା ସହ ପାଇକ ବିଦ୍ରୋହର ବର୍ଷ ପୂର୍ତ୍ତୀ ପାଳନ କଲେ ଗଡଖୋର୍ଦ୍ଧାବାସୀ।

ସାଧାରଣତନ୍ତ୍ର ଦିବସରେ ଶେଷ ସ୍ୱାଧୀନ ଦୁର୍ଗରେ ଉଡ଼ିଲା ତ୍ରିରଙ୍ଗା। ୨୦୬ ମିଟର ତ୍ରିରଙ୍ଗା ସହ ପାଇକ ବିଦ୍ରୋହର ବର୍ଷ ପୂର୍ତ୍ତୀ ପାଳନ କଲେ ଗଡଖୋର୍ଦ୍ଧାବାସୀ।

କନକ ବ୍ୟୁରୋ: ଲାଲ ମାଟିରେ ଉଡ଼ିଲା ତ୍ରିରଙ୍ଗା । ଆଜି ସାରାଦେଶ ୭୪ତମ ସାଧାରଣତନ୍ତ୍ର ଦିବସ ପାଳନ କରୁଥିବା ବେଳେ ସବୁଠି ଉଡ଼ୁଛି ତ୍ରିରଙ୍ଗା । ସେହିଭଳି ସ୍ୱାଧୀନତା ସଂଗ୍ରାମର ଅନ୍ତୁଡିଶାଳ ଖୋର୍ଦ୍ଧାରେ ମଧ୍ୟ ଉଡିଛି ତ୍ରିରଙ୍ଗା । ଯେଉଁଠି ଇଂରେଜଙ୍କ ବିରୋଧରେ ଆରମ୍ଭ ହୋଇଥିଲା ପ୍ରଥମ ସଂଗ୍ରାମ । ପ୍ରଥମ ପାଇକ ବିଦ୍ରୋହର ୨୦୬ ବର୍ଷ ପୁରିଥିବାରୁ ଏନେଇ ପାଇକ ଗଡରେ ୨୦୬ ମିଟର ତ୍ରିରଙ୍ଗା ଉଡାଯାଇଛି । ସାଧାରଣତନ୍ତ୍ର ଦିବସରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଏଥିରେ ସାମିଲ ହୋଇଥିଲେ । ଶେଷ ସ୍ୱାଧୀନ ଦୁର୍ଗ ଭାବେ ଏହି ଖୋର୍ଦ୍ଧା ଗଡ ଅବହେଳିତ ହୋଇପଡ଼ିଛି ଯାହାପ୍ରତି ଗୁରୁତ୍ୱ ଦିଆଯିବା ଜରୁରୀ ହୋଇପଡ଼ିଛି । ଏହି ଗଡ ପ୍ରତି ଗୁରୁତ୍ୱ ଦିଆଗଲେ ପ୍ରକୃତ ପାଇକମାନେ ମୁଣ୍ଡ ଟେକି ପାରିବେ । ବୀର ପାଇକମାନଙ୍କୁ ଆହ୍ୱାନ କରି ପାଇକ ବାଦ୍ୟ ସହ ଏକ ଶୋଭାଯାତ୍ରା ଖୋର୍ଦ୍ଧା ପରିକ୍ରମା କରିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe