କନକ ବ୍ୟୁରୋ: ଲାଲ ମାଟିରେ ଉଡ଼ିଲା ତ୍ରିରଙ୍ଗା । ଆଜି ସାରାଦେଶ ୭୪ତମ ସାଧାରଣତନ୍ତ୍ର ଦିବସ ପାଳନ କରୁଥିବା ବେଳେ ସବୁଠି ଉଡ଼ୁଛି ତ୍ରିରଙ୍ଗା । ସେହିଭଳି ସ୍ୱାଧୀନତା ସଂଗ୍ରାମର ଅନ୍ତୁଡିଶାଳ ଖୋର୍ଦ୍ଧାରେ ମଧ୍ୟ ଉଡିଛି ତ୍ରିରଙ୍ଗା । ଯେଉଁଠି ଇଂରେଜଙ୍କ ବିରୋଧରେ ଆରମ୍ଭ ହୋଇଥିଲା ପ୍ରଥମ ସଂଗ୍ରାମ । ପ୍ରଥମ ପାଇକ ବିଦ୍ରୋହର ୨୦୬ ବର୍ଷ ପୁରିଥିବାରୁ ଏନେଇ ପାଇକ ଗଡରେ ୨୦୬ ମିଟର ତ୍ରିରଙ୍ଗା ଉଡାଯାଇଛି । ସାଧାରଣତନ୍ତ୍ର ଦିବସରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଏଥିରେ ସାମିଲ ହୋଇଥିଲେ । ଶେଷ ସ୍ୱାଧୀନ ଦୁର୍ଗ ଭାବେ ଏହି ଖୋର୍ଦ୍ଧା ଗଡ ଅବହେଳିତ ହୋଇପଡ଼ିଛି ଯାହାପ୍ରତି ଗୁରୁତ୍ୱ ଦିଆଯିବା ଜରୁରୀ ହୋଇପଡ଼ିଛି । ଏହି ଗଡ ପ୍ରତି ଗୁରୁତ୍ୱ ଦିଆଗଲେ ପ୍ରକୃତ ପାଇକମାନେ ମୁଣ୍ଡ ଟେକି ପାରିବେ । ବୀର ପାଇକମାନଙ୍କୁ ଆହ୍ୱାନ କରି ପାଇକ ବାଦ୍ୟ ସହ ଏକ ଶୋଭାଯାତ୍ରା ଖୋର୍ଦ୍ଧା ପରିକ୍ରମା କରିଥିଲା ।

Advertisment