ତ୍ରିପୁରା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ବିପ୍ଳବ ଦେବ, ଜାଣନ୍ତୁ କଣ ରହିଛି କାରଣ

264

କନକ ବ୍ୟୁରୋ : ଆଜି ବିଜେପି ଶାସିତ ତ୍ରିପୁରାର ମୁଖ୍ୟମନ୍ତ୍ରୀ ବିପ୍ଳବ କୁମାର ଦେବ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କ ଇସ୍ତଫା ପତ୍ର ରାଜ୍ୟପାଳଙ୍କ ନିକଟକୁ ପଠାଇଛନ୍ତି । ଇସ୍ତଫା ଦେବା ପରେ ବିପ୍ଳବ ଦେବ କହିଛନ୍ତି ପାର୍ଟିର ଆଦେଶକୁ ମାନିବା ଜଣେ ଶୃଙ୍ଖଳିତ କର୍ମୀର ପ୍ରଥମ କର୍ତବ୍ୟ । ଏହାସହ ସେ ଆଗକୁ ଦଳ ପାଇଁ ଅଧିକ କାମ କରିପାରିବେ ବୋଲି ଇସ୍ତଫା ଦେଇଥିବା କଥା କହିଛନ୍ତି । ହେଲେ ଗତକାଲି ବିପ୍ଳବ ଦେବ କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଅମିତ ଶାହାଙ୍କୁ ଭେଟିଥିଲେ । ଅନ୍ୟପଟେ ଇସ୍ତଫା ନେଇ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ କଥା ହୋଇଥିବା କଥା କହିଛନ୍ତି ।

ସେପଟେ ବିପ୍ଳବଦେବଙ୍କ ଉପରେ ରାଜ୍ୟର ବିଜେପି ନେତାମାନେ ଅସନ୍ତୁଷ୍ଟ ଥିବା କଥା ମଧ୍ୟ ଆଲୋଚନା ହେଉଛି । ଏନେଇ ପ୍ରଥମେ ୨ ଜଣ ବିଧାୟକ ଦଳରୁ ଇସ୍ତଫା ଦେଇ ସାରିଛନ୍ତି । ଏଭଳି ସ୍ଥିତିରେ ୨୦୨୩ ସାଧାରଣ ନିର୍ବାଚନକୁ ନେଇ ଦଳ ରିସ୍କ ନେବାକୁ ଚାହୁଁ ନଥିବାରୁ ବିପ୍ଳବ ଦେବଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ଉପରୁ ଚାପ ପଡିଥିବା କଥା ଅନୁମାନ କରାଯାଇଛି ।