କନକ ବ୍ୟୁରୋ : ତ୍ରିପୁରା ନଗର ନିଗମ ନିର୍ବାଚନରେ ବଜେପି ବାଜିମାତ କରିଛି । ଆଜି ହୋଇଥିବା ଭୋଟ ଗଣତି ମୁତାବକ ୨୨୨ ଆସନରୁ ବିଜେପି ୨୧୭ ଆସନରେ ବିଜୟଲାଭ କରିଛି । ତ୍ରିପୁରାର ନଗର ନିଗମର ୫୧ ଟି ୱାର୍ଡ, ୧୩ ଟି ନଗର ପାଳିକା ଓ ୬ ଟି ନଗର ପଞ୍ଚାୟତ ସହ ମୋଟ ୩୩୪ ଟି ଆସନରେ ଭୋଟ ଗ୍ରହଣ ହୋଇଥିଲା । ଏଥିରେ ସହରାଞ୍ଚଳ ନଗର ନିଗମ ନିର୍ବାଚନରେ ବିଜେପି ବାଜିମାତ କରିଛି । ସମସ୍ତ ଆସନରେ ବିଜେପି ପ୍ରାର୍ଥୀ ଦେଇଥିବା ବେଳେ ୧୧୨ ଟି ଆସନରେ ବିଜେପି ବିରୋଧରେ କେହି ପ୍ରାର୍ଥୀ ଦେଇ ନଥିଲେ ।
ନିର୍ବାଚନ ଫଳାଫଳ ଆସିବା ପରେ ବିଜେପି ଉପାଧ୍ୟକ୍ଷ ଦିଲ୍ଲୀପ ଘୋଷ କହିଛନ୍ତି କି ‘ତ୍ରିପୁରା ନିର୍ବାଚନ ଫଳାଫଳ ଏହା ପ୍ରମାଣ କରୁଛି କି ପୂର୍ବତ୍ତୋର ରାଜ୍ୟମାନଙ୍କରେ ମମତା ଯେଭଳି ଭାବେ ଅଭିଯାନ ଚଳାଇଥିଲେ ତାହାକୁ ଭୋଟରମାନେ ପ୍ରତ୍ୟାଖାନ କରିଛନ୍ତି ’
ରାଜ୍ୟ ନିର୍ବାଚନ ଆୟୋଗଙ୍କ ସୂଚନା ମୁତାବକ ୧୫ ସଦସ୍ୟ ବିଶିଷ୍ଟ ଖୋଭାଇ ନଗର ପରିଷନ, ୧୭ ସଦସ୍ୟ ବିଶିଷ୍ଟ ବୋଲୋନିଆ ନଗର ପରିଷଦ, ୧୫ ସଦସ୍ୟ ବିଶିଷ୍ଟ କୁମାରଘାଟ ନଗର ପରିଷଦ ଓ ୯ ସଦସ୍ୟ ବିଶିଷ୍ଟ ସବରୁମ ନଗର ପଞ୍ଚାୟତର ସମସ୍ତ ୱାର୍ଡରେ ବିଜେପି ସମସ୍ତ ଆସନରେ ବିଜୟୀ ହୋଇଛି । ଅନ୍ୟପଟେ ଧର୍ମନଗର ପରିଷଦର ୨୫ ୱାର୍ଡ, ତୋଲିମାପୁର ନଗର ପରିଷଦର ୧୫ ୱାର୍ଡ ଓ ଅମରପୁର ନଗର ପଞ୍ଚାୟତର ୧୩ ଟି ୱାର୍ଡରେ ବିଜେପି କ୍ଲିନ ସ୍ୱିପ କରିଛି ।
The ruling BJP swept the civic body elections in Tripura, having won all the seats of the 51-member Agartala Municipal Corporation (AMC). The opposition TMC and CPI(M) failed to open their account in the AMC: State Election Commission
— ANI (@ANI) November 28, 2021
ସେପଟେ ଦୀର୍ଘ ୨୦ ବର୍ଷଧରି ଶାସନ କ୍ଷମତାରେ ଥିବା ସିପିଆଇ (ଏମ) ଓ ଏବେ ସେଠାରେ କାୟା ବିସ୍ତାର କରିବାକୁ ଚେଷ୍ଟା ଚଳାଇଥିବା ଟିଏମସିକୁ ନିରାଶ ହେବାକୁ ପଡିଛି । ଏହି ଦୁଇଦଳ ଗୋଟିଏ ବି ଆସନରେ ନିଜର ଖାତା ଖୋଲିପାରି ନାହାଁନ୍ତି ।