କନକ ବ୍ୟୁରୋ : ବିଜେପି ଛାଡିବା ପୂର୍ବରୁ ବିଧାୟକଙ୍କ ଶୁଦ୍ଧିକରଣ ଯଜ୍ଞ । ପ୍ରଥମେ ଲଣ୍ଡା ହେଲେ, ପରେ ବିଜେପି ଛାଡିବା ସହ ମନ୍ଦିରରେ ଶୁଦ୍ଧିକରଣ ଯଜ୍ଞ କରିଛନ୍ତି ତ୍ରିପୁରା ସୁରମାରୁ ବିଧାୟକ ଥିବା ଆଶିଷ ଦାସ । ଆଉ ବିଧାୟକ ଆଶିଷ ଦାସଙ୍କ ଏଭଳି ପଦକ୍ଷେପ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । କୋଲକାତାର କାଳୀଘାଟ ମନ୍ଦିରରେ ଯଜ୍ଞ କରିବା ସହ ବିଜେପି ଓ ବିଧାୟକ ପଦ ଛାଡୁଥିବା ନେଇ କହିଛନ୍ତି ଆଶିଷ ।
ତ୍ରିପୁରାରେ ବିଜେପି ନେତୃତ୍ୱାଧୀନ ସରକାର ରାଜ୍ୟରେ ରାଜନୈତିକ ଅରାଜକତାକୁ ପ୍ରଶୟ ଦେଉଛନ୍ତି ଏବଂ ସରକାରଙ୍କ କାମକୁ ନେଇ ରାଜ୍ୟବାସୀ ଆଦୌ ଖୁସି ନାହାନ୍ତି । ଯେଉଁଥିପାଇଁ ମୁଁ ଦଳ ଛାଡୁଛି । ବିଜେପି ସରକାରର କୁଶାସନକୁ ପଶ୍ଚାତାପ କରିବା ସହ ଦଳ ଛାଡୁଥିବା କହିଛନ୍ତି ଆଶିଷ । କାଳୀଘାଟକୁ ଆସି ଆଶିଷ କହିଛନ୍ତି, ଏହା ଏକ ପବିତ୍ର ସ୍ଥାନ, ଏଠାରେ ସମସ୍ତଙ୍କର ମନୋକାମନା ପୂରା ହୋଇଥାଏ । ତେଣୁ ଏଠାରେ ମୁଁ ଲଣ୍ଡା ହେବା ସହ ବିଜେପି ଛାଡୁଛି । କିନ୍ତୁ ୨୦୨୩ରେ ନିର୍ବାଚନରେ ତ୍ରିପୁରାରୁ ବିଜେପି ସରକାରକୁ ନ ହଟାଇବା ଯାଏଁ ମୁଣ୍ଡରେ କେଶ ରଖିବିନି ବୋଲି କହିଛନ୍ତି ଆଶିଷ ।
Tripura BJP MLA Ashish Das performs havan & tonsures head at Kalighat Kali Temple in Kolkata
"I'm quitting BJP today. I had talks with TMC. More BJP MLAs may leave the party in coming days," says Ashish Das pic.twitter.com/ZSY9DbrX7N
— ANI (@ANI) October 5, 2021
ଗତ ୨ ବର୍ଷ ହେବ ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଲବ ଦେବଙ୍କ ଘୋର ବିରୋଧୀ ରହି ଆସିଛନ୍ତି ଆଶିଷ । ଏପରିକି ପୂର୍ବରୁ ମମତା ବାନାର୍ଜୀଙ୍କର ପ୍ରଂଶସା କରିବା ସହ ପ୍ରଧାନମନ୍ତ୍ରୀ ପଦ ପାଇଁ ମମତା ସବୁଠୁ ଯୋଗ୍ୟ ପ୍ରାର୍ଥୀ ବୋଲି କହିଥିଲେ । ଏପରିକି ବିଜେପି ଶାସିତ ତ୍ରିପୁରା, ଗୁଜୁରାଟ, ଉତ୍ତରାଖଣ୍ଡ ଓ ଉତ୍ତର ପ୍ରଦେଶରେ ତାନାଶାହୀ ଶାସନ ଚାଲିଛି ବୋଲି କହିଥିଲେ ଆଶିଷ । ଯେହେତୁ ଆଗକୁ ୨୦୨୩ରେ ତ୍ରିପୁରାରେ ନିର୍ବାଚନ ହେବାକୁ ଯାଉଛି । ତେଣୁ ଏହାପୂର୍ବରୁ ଆଶିଷ ଟିଏମସିରେ ସାମିଲ ହୋଇପାରନ୍ତି । ଏନେଇ ଟିମଏସି ରାଷ୍ଟ୍ରୀୟ ମହାସଚିବ ଅଭିଷେକ ବାନାର୍ଜୀଙ୍କ ସହ ଆଲୋଚନା କରିଛନ୍ତି ଆଶିଷ ।