ଲୋକସଭା ପରେ ରାଜ୍ୟସଭାରେ ତିନି ତଲାକ ବିଲ୍ ପାସ୍: ସପକ୍ଷରେ ୯୯, ବିରୋଧରେ ୮୪ ଭୋଟ

Advertisment
ଲୋକସଭା ପରେ ରାଜ୍ୟସଭାରେ ତିନି ତଲାକ ବିଲ୍ ପାସ୍: ସପକ୍ଷରେ ୯୯, ବିରୋଧରେ ୮୪ ଭୋଟ

କନକ ବ୍ୟୁରୋ: ରାଜ୍ୟସଭାରେ ପାସ୍ ହେଲା ତିନି ତଲାକ ବିଲ । ଟ୍ରିପିଲ ତଲାକ ବିଲ ବା ମୁସଲିମ ମହିଳା ( ବିବାହ ଅଧିକାର ସୁରକ୍ଷା) ବିଲ୍ ଗୃହୀତ ହୋଇଯାଇଛି । ଏହି ବିଲ ସପକ୍ଷରେ ୯୯ ଟି ଭୋଟ ଓ ବିରୋଧରେ ୮୪ ଟି ଭୋଟ ପଡିଥିଲା । ଭୋଟିଂ ବେଳେ ଏଆଇଡିଏମକେ,ଜେଡିୟୁ,ଟିଆରଏସ, ଓ ବିଏସପି କକ୍ଷତ୍ୟାଗ କରିଥିଲେ ।

publive-image

ଏହାପୂର୍ବରୁ ଏହି ବିଲ ଉପରେ ଅଧିକ ତର୍ଜମା ପାଇଁ ଏହାକୁ ସିଲେକ୍ଟ କମିଟିକୁ ପଠାଇବାକୁ କଂଗ୍ରେସ, ତୃଣମୂଳ କଂଗ୍ରେସ, ଡିଏମକେ ଓ ଏନଡିଏ ସହଯୋଗୀ ଦଳ ଜେଡିୟୁ ଦାବି କରୁଥିଲେ । କିନ୍ତୁ ରାଜ୍ୟସଭାରେ ଏହି ପ୍ରସ୍ତାବ ୧୦୦-୮୪ ଭୋଟରେ କାଟ ଖାଇଯାଇଥିଲା । ଏହାଛଡା ବିରୋଧୀ ଦଳର ଆଉ କେତେକ ସଂଶୋଧନ ପ୍ରସ୍ତାବ ମଧ୍ୟ କାଟ ଖାଇଥିଲା ।
ଗତ ଜୁଲାଇ ୨୫ ରେ ଲୋକସଭାରେ ଏହି ବିଲ୍ ପାସ୍ ହୋଇଥିଲା । ଏହି ବିଲ ସପକ୍ଷରେ ୩୦୩ ଟି ଭୋଟ ପଡିଥିଲା । ଏହି ବିଲ ଆଇନରେ ପରିଣତ ହେଲେ ମୁସଲିମ ମହିଳାଙ୍କୁ ଗୋଟିଏ ଥରରେ ତିନିଥର ତଲାକ କହି ଛାଡପତ୍ର ଦେବା ବେଆଇନ ହୋଇଯିବ । ଦୋଷୀ ବିରୋଧରେ ଜେଲଦଣ୍ଡର ବ୍ୟବସ୍ଥା ମଧ୍ୟ ରହିଛି । ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଏହାକୁ ଆଗତ କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe