ତିନି ତଲାକ୍ ବିଲକୁ ବିଜେଡିର ସବୁଜ ସଙ୍କେତ। ରାଜ୍ୟସଭାରେ ତ୍ରିପଲ ତଲାକ୍ ବିଲକୁ ବିଜେଡି ସମର୍ଥନ କରିବା ନେଇ କହିଲେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ

ତିନି ତଲାକ୍ ବିଲକୁ ବିଜେଡିର ସବୁଜ ସଙ୍କେତ। ରାଜ୍ୟସଭାରେ ତ୍ରିପଲ ତଲାକ୍ ବିଲକୁ ବିଜେଡି ସମର୍ଥନ କରିବା ନେଇ କହିଲେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ

କନକ ବ୍ୟୁରୋ: ରାଜ୍ୟସଭାରେ ତିନି ତଲାକ ବିଲକୁ ସମର୍ଥନ କରିବ ବିଜେଡି । ସମ୍ବାଦ ସରବରାହ ସଂସ୍ଥା ଏଏନଆଇକୁ ସୂଚନା ଦେଲେ ବିଜେଡି ସଂସଦୀୟ ଦଳର ନେତା ପ୍ରସନ୍ନ ଆଚାର୍ଯ୍ୟ । ଆଜି ଗୃହରେ ଆଗତ ହେବ ତିନି ତଲାକ୍ ବିଲ୍ । ଲୋକସଭାରେ ଏହି ବିଲକୁ ମଂଜୁରୀ ମିଳିବା ପରେ ଆଜି ରାଜ୍ୟସଭାରେ ଏହି ବିଧେୟକ ଆଣିବାକୁ ଯାଉଛନ୍ତି କେନ୍ଦ୍ର ସରକାର ।

ତେବେ ଏହା ଉପରେ ଭୋଟିଂ ପାଇଁ ଶାସକ ବିଜେପି , ସାଂସଦଙ୍କ ପାଇଁ ହ୍ୱିପ୍ ଜାରି କରିଛି । ଲୋକସଭାରେ କଂଗ୍ରେସ, ସମାଜବାଦୀ ପାର୍ଟି, ତୃଣମୂଳ କଂଗ୍ରେସ ଏବଂ ଡିଏମକେ ବ୍ୟାକ୍ ଆଉଟ୍ କରିବା ପରେ ମଧ୍ୟ ଏହି ବିଲ୍ ପାରିତ ହୋଇଥିଲା । ତେବେ ରାଜ୍ୟସଭାରେ ଏହି ବିଲକୁ ପାସ୍ କରାଇବା ପାଇଁ କିନ୍ତୁ ବିଜେପି ପାଖରେ ସଂଖ୍ୟା ନାହିଁ । ଏଭଳି ସ୍ଥିତିରେ ଅଣ-ଏନଡିଏ ଓ ଅଣ-ୟୁପିଏ ଦଳର ସମର୍ଥନ ଉପରେ ନିର୍ଭର କରଛନ୍ତି ସରକାର । ବିଶେଷକରି ବିଜେଡି, ତେଲେଙ୍ଗାନାର ତେଲେଙ୍ଗାନା ରାଷ୍ଟ୍ର ସମିତି ଓ ଆନ୍ଧ୍ରପ୍ରଦେଶର ୱାଇଏସଆର କଂଗ୍ରେସ ଉପରେ ମୋଦି ସରକାରଙ୍କ ନଜର ରହିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe