କନକ ବ୍ୟୁରୋ: ରାଜ୍ୟସଭାରେ ତିନି ତଲାକ ବିଲକୁ ସମର୍ଥନ କରିବ ବିଜେଡି । ସମ୍ବାଦ ସରବରାହ ସଂସ୍ଥା ଏଏନଆଇକୁ ସୂଚନା ଦେଲେ ବିଜେଡି ସଂସଦୀୟ ଦଳର ନେତା ପ୍ରସନ୍ନ ଆଚାର୍ଯ୍ୟ । ଆଜି ଗୃହରେ ଆଗତ ହେବ ତିନି ତଲାକ୍ ବିଲ୍ । ଲୋକସଭାରେ ଏହି ବିଲକୁ ମଂଜୁରୀ ମିଳିବା ପରେ ଆଜି ରାଜ୍ୟସଭାରେ ଏହି ବିଧେୟକ ଆଣିବାକୁ ଯାଉଛନ୍ତି କେନ୍ଦ୍ର ସରକାର ।

Advertisment

ତେବେ ଏହା ଉପରେ ଭୋଟିଂ ପାଇଁ ଶାସକ ବିଜେପି , ସାଂସଦଙ୍କ ପାଇଁ ହ୍ୱିପ୍ ଜାରି କରିଛି । ଲୋକସଭାରେ କଂଗ୍ରେସ, ସମାଜବାଦୀ ପାର୍ଟି, ତୃଣମୂଳ କଂଗ୍ରେସ ଏବଂ ଡିଏମକେ ବ୍ୟାକ୍ ଆଉଟ୍ କରିବା ପରେ ମଧ୍ୟ ଏହି ବିଲ୍ ପାରିତ ହୋଇଥିଲା । ତେବେ ରାଜ୍ୟସଭାରେ ଏହି ବିଲକୁ ପାସ୍ କରାଇବା ପାଇଁ କିନ୍ତୁ ବିଜେପି ପାଖରେ ସଂଖ୍ୟା ନାହିଁ । ଏଭଳି ସ୍ଥିତିରେ ଅଣ-ଏନଡିଏ ଓ ଅଣ-ୟୁପିଏ ଦଳର ସମର୍ଥନ ଉପରେ ନିର୍ଭର କରଛନ୍ତି ସରକାର । ବିଶେଷକରି ବିଜେଡି, ତେଲେଙ୍ଗାନାର ତେଲେଙ୍ଗାନା ରାଷ୍ଟ୍ର ସମିତି ଓ ଆନ୍ଧ୍ରପ୍ରଦେଶର ୱାଇଏସଆର କଂଗ୍ରେସ ଉପରେ ମୋଦି ସରକାରଙ୍କ ନଜର ରହିଛି ।