ସୋରୋ ଟ୍ରିପଲ ମର୍ଡର ଘଟଣାରେ ଆଉ ଜଣେ ଅଟକ । ବୁଦା ମୂଳରୁ କୁରାଢ଼ି, ବାଉଁଶ ଜବତ । ଗତକାଲି ପାହାଡ଼ ଉପରୁ ମିଳିଥିଲା ୩ ଜଣଙ୍କ ମୃତଦେହ ।

281

କନକ ବ୍ୟୁରୋ: ସୋର ଟ୍ରିପିଲ ମର୍ଡର ଘଟଣା । ହତ୍ୟା ଘଟଣାରେ ବ୍ୟବହୃତ ହୋଇଥିବା କୁରାଢୀ ଏବଂ ବାଉଁଶ ଜବତ । ମୃତ ଦେହ ଠାବ ହୋଇଥିବା ଅଂଚଳରୁ ଔପଦା ପୋଲିସ ଜବତ କରିଛି କୁରାଢୀ ଏବଂ ବାଉଁଶ । ଏକ ବୁଦା ମୂଳରୁ ଜବତ ହୋଇଥିବା ସୂଚନା ମିଳିଛି । ଏହି ମାମଲାରେ ଆଉ ଜଣଙ୍କୁ ପୋଲିସ ଅଟକ ରଖିଛି । ୭ ଜଣଙ୍କୁ ବଢିଛି ଅଟକ ସଂଖ୍ୟା ।

କିଛି ଦିନ ହେବ ନିଖୋଜ ଥିଲେ ତିନି ଆଦିବାସୀ । ବଡପୋଖରୀ ରାଜସ୍ୱ ଗ୍ରାମ ଅଞ୍ଚଳରେ ଥିବା ଜଙ୍ଗଲରୁ ଉଦ୍ଧାର ହୋଇଥିଲା ମୃତ ଦେହ । ଏକ ତାରିଖରୁ ବରପଦାର ଗାଁର ସମ୍ୱାରି ସିଂ, ଜାଲିଆ ସିଂ, ଦାମ୍ପା ସିଂ ନିଖୋଜ ଥିଲେ । ପରିବାର ଲୋକେ ନପାଇବା ପରେ ସମ୍ୱାରି ସିଂଙ୍କ ପୁଅ ନିରଞ୍ଜନ ସିଂ ଔପଦା ଥାନାରେ ଏତଲା ଦେଇଥିଲେ । ତେବେ ଏହାକୁ ହତ୍ୟା ବୋଲି ସନ୍ଦେହ କରାଯାଉଛି । ଘଟଣାରେ ଉଚ୍ଚ ସ୍ତରୀୟ ତଦନ୍ତ ଦାବି ହୋଇଛି ।