କନକ ବ୍ୟୁରୋ: କଳାହାଣ୍ଡି ଜୁନାଗଡରେ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି ।  ଶଙ୍କରପଲା ଗାଁରେ  ୩ ଜଣଙ୍କୁ ଅତି ବିଭତ୍ସ ଭାବେ ହତ୍ୟା କରାଯାଇ କେହି ଫେରାର ହୋଇଯାଇଛନ୍ତି ।  ମୃତଦେହଗୁଡିକ ରାସ୍ତା ଉପରେ ପଡି ରହିଛି ।  ମୃତକଙ୍କ ମଧ୍ୟରେ ଜଣେ ବୃଦ୍ଧ, ଜଣେ ମହିଳା ଓ ଜଣେ ଶିଶୁ ଅଛନ୍ତି । ଏହି ୩ ଜଣଙ୍କୁ କିଏ କାହିଁକି ହତ୍ୟା କଲା ତାହା ସ୍ପଷ୍ଟ ହୋଇନାହିଁ । ପୁଲିସ ଘଟଣାସ୍ଥଳରେ ପହଂଚି ଛାନଭିନ ଆରମ୍ଭ କରିଛି ।  ମୃତକଙ୍କୁ ଚିହ୍ନଟ ବି କରାଯାଇଛି ।

Advertisment