କନକ ବ୍ୟୁରୋ : ସୋନପୁରର ବିନିକାରେ ଟ୍ରିପଲ ମର୍ଡର ।  ଏହି ଅଂଚଳର ସିଲଟି ଗାଁରେ ସ୍ୱାମୀ, ସ୍ତ୍ରୀ ଓ ପୁଅକୁ ଧାରୁଆ ଅସ୍ତ୍ରରେ ହତ୍ୟା କରାଯାଇଛି । ମୃତ ୩ ଜଣ ହେଲେ  ବୁଲୁ ଭୋଇ, ତାଙ୍କ ସ୍ତ୍ରୀ  ବୈଦେହି ଭୋଇ ଓ ପୁଅ ଶିବ ଭୋଇ ।  ତେବେ କେଉଁ କାରଣରୁ  ଏମାନଙ୍କୁ ହତ୍ୟା କରାଯାଇଛି  ତାହା  ସ୍ପଷ୍ଟ ହୋଇନାହିଁ ।  ପୁଅର ମୃତଦେହ ବାହାରେ ପଡିଥିବାବେଳେ  ସ୍ୱାମୀ ଓ ସ୍ତ୍ରୀଙ୍କ ମୃତଦେହ ଘର ଭିତରେ ପଡିଛି ।  ପୁଲିସ ପଂହଚି ତଦନ୍ତ ଆରମ୍ଭ କରିଛି ।  ପରିବାରର  ଦୁଇଟି ଝିଅ ବାହା ହୋଇସାରିଥିବାବେଳେ ଆଉ ଜଣେ ପୁଅ  ତାମିଲନାଡୁରେ ଅଛନ୍ତି ।

Advertisment