କାମାକ୍ଷାନଗର ଆଳତୁମାରେ ନଦୀରୁ ଉଠାଯାଉଛି ଟ୍ରିପ୍ ଟ୍ରିପ୍ ମାଟି। ବେଆଇନ ଭାବରେ ଉଠାଚାଲିଛି ମାଟି।

କାମାକ୍ଷାନଗର ଆଳତୁମାରେ ନଦୀରୁ ଉଠାଯାଉଛି ଟ୍ରିପ୍ ଟ୍ରିପ୍ ମାଟି। ବେଆଇନ ଭାବରେ ଉଠାଚାଲିଛି ମାଟି।

କନକ ବ୍ୟୁରୋ: ନଦୀରୁ ଉଠାଯାଉଛି ଟ୍ରିପ୍ ଟ୍ରିପ୍ ମାଟି । ପ୍ରତିଦିନ ବେଆଇନ୍ ଭାବେ ଏହି ମାଟି ସବୁ ଉଠାଣ ଚାଲିଛି । ଯାହାକୁ ବିରୋଧ କରିଛନ୍ତି କାମାକ୍ଷାନଗର ଆଳତୁମା ଗାଁର ଲୋକେ । ନିକଟରେ ଥିବା ରାମିଆଳ ନଦୀ ପଠାରୁ ମାଟି ଖୋଳାକୁ ବିରୋଧ କରାଯାଉଛି ।  ନଦୀର ପଠା ଆଉ ସେତୁର ଅତି ନିକଟରୁ ଏହି ମାଟି ସବୁ ବେଆଇନ ଭାବରେ ଉଠାଚାଲିଛି ।

ଗୋଟିଏ ପଟେ ନଦୀର ସୁରକ୍ଷା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ଏପଟେ କିନ୍ତୁ ସବୁ ଓଲଟା ଦେଖିବାକୁ ମିଳିଛି । କୌଣସି ଏକ ଠିକା କମ୍ପାନୀ ଏହି ମାଟି ଉଠାଣ କାମ କରୁଥିବା ଅଭିଯୋଗ ହେବା ସହ ଏହାର ବିରୋଧ କରିଛନ୍ତି ଲୋକେ । ଏହାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି । ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe