ଶ୍ରୀକ୍ଷେତ୍ରରେ ଶ୍ରୀଜିଉଙ୍କ ଦୁର୍ଲଭ ସୁନାବେଶ । କରୋନା ପାଇଁ ଭକ୍ତଶୂନ୍ୟ ବଡ଼ଦାଣ୍ଡ, ଟିଭି ପରଦାରେ ମହାପ୍ରଭଙ୍କ ବଡ଼ତଢ଼ାଉ ବେଶକୁ ଦର୍ଶନ କରୁଛନ୍ତି କୋଟି କୋଟି ଭକ୍ତ ।

262

କନକ ବ୍ୟୁରୋ: ଶ୍ରୀକ୍ଷେତ୍ରରେ ଚାଲିଛି ଶ୍ରୀଜିଉଙ୍କ ସୁନାବେଶ ବା ବଡ଼ତଢ଼ାଉ ବେଶ । କରୋନା କଟକଣା ପାଇଁ ଭକ୍ତଶୂନ୍ୟ ବଡ଼ଦାଣ୍ଡ କିନ୍ତୁ ଡିଜିଟାଲ ଜରିଆରେ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି କୋଟି କୋଟି ଭକ୍ତ । ଅପରାହ୍ନ ୪ଟାରୁ ଆରମ୍ଭ ହୋଇଥିବା ସୁନାବେଶର ନୀତିକାନ୍ତି କଟକଣା ଭିତରେ କରୁଛନ୍ତି ସେବାୟତ ।

ମହାପ୍ରଭୁଙ୍କ ସୁନାବେଶ । ବାହୁଡା ଯାତ୍ରାରେ ଶ୍ରୀଜିଉଙ୍କ ତିନି ରଥ ସିଂହଦ୍ୱାର ଆଗରେ ଲାଗିବା ପରେ ରଥ ଉପରେ ଚାଲିଛି ଶ୍ରୀଜିଉଙ୍କ ସୁନା ବେଶ । ଏହି ବେଶରେ ମହାପ୍ରଭୁ ପ୍ରାୟ ୨ ଶହ କେଜି ସୁନା ଅଳଙ୍କାରରେ ସଜ୍ଜିତ ହୋଇ ଦର୍ଶନ ଦେଉଛନ୍ତି ମହାବାହୁ । ମହାପ୍ରଭୁଙ୍କର ଏହି ବେଶକୁ ରାଜ ରାଜେଶ୍ୱର ବେଶ ବୋଲି ମଧ୍ୟ କୁହାଯାଇଥାଏ ।

ସୁନାବେଶ ଦର୍ଶନ ଅପରାହ୍ନ ୪ଟାରୁ ରାତି ୧୧ ଟା ଯାଏଁ ଚାଲିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ତେବେ ଶ୍ରୀଗୁଣ୍ଡିଚା ଓ ବାହୁଡା ଯାତ୍ରା ଭଳି ଆଜି ମଧ୍ୟ ଭକ୍ତଶୂନ୍ୟ ରହିଛି ବଡଦାଣ୍ଡ । ଘରେ ବସି ଟେଲିଭିଜନ ମାଧ୍ୟମରେ ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ ଦେଖୁଛନ୍ତି ଶ୍ରଦ୍ଧାଳୁ ।