ସବୁଜ ବଳୟ ସୃଷ୍ଟି କରିବା ପାଇଁ ସରକାରୀ ଚାକିରିକୁ ତୁଛ କରିଛନ୍ତି ନିଆଳିର ତ୍ରିଲୋଚନ । ୨୨ କିଲୋମିଟର ରାସ୍ତାରେ ଲଗାଇଛନ୍ତି ୧୦ ହଜାର ଗଛ

116

କନକ ବ୍ୟୁରୋ : ଚାରି ଆଡେ ସବୁଜ ବଳୟ । ଯେମିତି ଆକାଶ ଛୁଇଁବାକୁ ପ୍ରତିଯୋଗିତା କରୁଛନ୍ତି ବଡବଡ ଗଛ । ଆଉ ପ୍ରତିଯୋଗୀତା କରୁଥିବା ଗଛ ଗୁଡିକ ପଛରେ ରହିଛି ଜଣେ ବ୍ୟକ୍ତିଙ୍କ ଅକ୍ଲାନ୍ତ ପରିଶ୍ରମ ଏବଂ ବୃକ୍ଷ ରୋପଣ ନିଶା । ସରକାରୀ ଚାକିରି ଛାଡି ସବୁଜିମା ସୃଷ୍ଟି କରୁଛନ୍ତି ୬୩ ବର୍ଷ ତ୍ରିିଲୋଚନ ରାଜ । ଗଛଟିଏ ନଷ୍ଟ ହୋଇ ଗଲେ ରାତିରେ ଶୋଇପାରନ୍ତି ନାହିଁ ତ୍ରିଲୋଚନ ।

ତାଙ୍କର ଏଭଳି କାମ ପାଇଁ ଏବେ ତାଙ୍କୁ ଚାରିଆଡୁ ପ୍ରଶଂସାର ସୁଅ ଛୁଟୁଛି । ଏହାସହ ଏଭଳି କାମ ପାଇଁ ତାଙ୍କୁ ଲୋକମାନେ ଉତ୍ସାହିତ ମଧ୍ୟ କରୁଛନ୍ତି । ତେବେ ଏହି କାମ କରି ତ୍ରିଲୋଚନ ବେଶ ଖୁସି ଥିବା ସେ ପ୍ରକାଶ କରିଛନ୍ତି ।

୬୩ ବର୍ଷବୟସରେ ଏଭଳି କାମ କରୁଥିବା ତ୍ରିଲୋଚନ ଏବେ ନିଆଳି ଅଞ୍ଚଳରେ ବେଶ ଲୋକପ୍ରିୟ ହୋଇଛନ୍ତି । ଗଛ ଲଗାଇବା ସହ ଗଛ ବଡ ହେବା ଯାଏଁ ତାର ଯତ୍ନ ମଧ୍ୟ ନିଅନ୍ତି ତ୍ରିଲୋଚନ । ତେବେ ଆଗକୁ ମଧ୍ୟ ସେ ଆହୁରି ଗଛ ଲଗାଇବା ଆଶାରେ ରହିଛନ୍ତି ।