କନକ ବ୍ୟୁରୋ : ଚଳିତ ମାସ ୧୮ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂସଦ ଭବନରେ ଏକ ବିଶେଷ ଅଧିବେଶନ ଡାକିଛନ୍ତି । ଏହି ୫ ଦିନିଆ ସ୍ୱତନ୍ତ୍ର ବୈଠକର ଗୋଟିଏ ଦିନ ପୂର୍ବରୁ ଅର୍ଥାତ ସେପ୍ଟେମ୍ବର ୧୭ ତାରିଖରେ ନୂଆ ସଂସଦ ଭବନରେ ତ୍ରିରଙ୍ଗା ପତାକା ଉଡାଯିବ । ସୂତ୍ର ସୂଚନା ମୁତାବକ ଲୋକସଭାର ବାଚସ୍ପତି ଓମ୍ ବିର୍ଲା ଏହି ପତାକା ଉତ୍ତୋଳନ କରିବେ । ଏହି କ୍ରମରେ ପ୍ରଧାନମନ୍ତ୍ରୀ ସେଠାରେ ଉପସ୍ଥିତ ରହିପାରନ୍ତି । କହିରଖୁ କି ସେପ୍ଟେମ୍ବର ୧୭ ତାରିଖ ହେଉଛି ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ । ଏହାସହ ସ୍ୱତନ୍ତ୍ର ଅଧିବେଶନ ଗୋଟିଏ ଦିନ ପୁରୁଣା ସଂସଦ ଭବନରେ ଅନୁଷ୍ଠିତ ହେବ ଓ ବାକି ୪ ଦିନ ନୂଆ ସଂସଦ ଭବନରେ ଅଧିବେଶନ ଚାଲିବ ।

Advertisment

ସେପଟେ ନୂଆ ସଂସଦ ଭବନର କର୍ମଚାରୀଙ୍କ ପାଇଁ ନୂଆ ଡ୍ରେସ କୋଡ୍ ଲାଗୁ କରାଯାଇଛି । ଏହି କ୍ରମରେ ଲୋକସଭା ଓ ରାଜ୍ୟସଭା ସଚିବାଳୟରେ କାମ କରୁଥିବା କର୍ମଚାରୀମାନେ ଖାକି ରଙ୍ଗର ପୋଷାକ ପିନ୍ଧିବେ । ସଂସଦ କର୍ମଚାରୀଙ୍କ ସାର୍ଟର ରଙ୍ଗ ଗାଢ ଗୋଲାପୀ ହେବ ଓ ସେମାନଙ୍କ ସାର୍ଟରେ ପଦ୍ମଫୁଲ ଚିହ୍ନ ରହିବ ।