କନକ ବ୍ୟୁରୋ: ମନେ ପଡନ୍ତ ଅଟଳ ବାଜପେୟୀ । ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଦ୍ୱିତୀୟ ପୂଣ୍ୟତିଥି । ଏହି ଅବସରରେ ଅଟଳ ବିହାରୀ ବାଜପେୟୀଙ୍କ ସ୍ମୃତିସ୍ଥଳ ସଦୈବ ଅଟଳକୁ ଯାଇ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେହିପରି ଲୋକସଭା ବାଚସ୍ପତି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ବିଜେପି ଅଧ୍ୟକ୍ଷ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଏଥିସହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା ବାଜପେୟୀଙ୍କ ସ୍ମୃତିକୁ ମନେ ପକାଇବା ସହ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।
Tributes to beloved Atal Ji on his Punya Tithi. India will always remember his outstanding service and efforts towards our nation’s progress. pic.twitter.com/ZF0H3vEPVd
— Narendra Modi (@narendramodi) August 16, 2020
ଟୁଇଟ୍ କରି ଲେଖିଛନ୍ତି, ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଅଟଳଙ୍କ ବିଚାରକୁ କେନ୍ଦ୍ରରେ ରଖି ସୁଶାସନ ଏବଂ ଗରୀବ କଲ୍ୟାଣ ମାର୍ଗରେ କାର୍ଯ୍ୟ କରୁଛି । ଭାରତକୁ ବିଶ୍ୱରେ ଏକ ମହାଶକ୍ତି କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ହୋଇଛି । ସେହିପରି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଟୁଇଟ୍ କରି ଲେଖିଛନ୍ତି ଭାରତର ବିକାଶ ଓ ସାଧାରଣ ଲୋକଙ୍କ ପାଇଁ ବାଜପେୟୀ କରିଯାଇଥିବା କାର୍ଯ୍ୟ ସବୁବେଳେ ମନେ ରହିବ । ବାଜପେୟୀଙ୍କ ବିଚାର ଧାରା ଆଗାମି ପିଢ଼ି ପାଇଁ ପ୍ରେରଣାର ଉତ୍ସ ହେବ । ୨୦୧୮ ମସିହାରେ ଅଗଷ୍ଟ ୧୬ ତାରିଖରେ ଅର୍ଥାତ ଆଜିର ଦିନରେ ଦିଲ୍ଲୀ ଏମ୍ସ ହସ୍ପିଟାଲରେ ୯୩ ବର୍ଷ ବୟସରେ ବାଜପେୟୀଙ୍କର ଦେହାନ୍ତ ହୋଇଥିଲା ।