ଓଡ଼ିଶା ଜନସେବା ମଞ୍ଚ ପକ୍ଷରୁ ବରିଷ୍ଠ ସାମ୍ବାଦିକ ଜୀମୂତ ମଙ୍ଗରାଜଙ୍କୁ ଶ୍ରଦ୍ଧାଞ୍ଜଳି

Advertisment
ଓଡ଼ିଶା ଜନସେବା ମଞ୍ଚ ପକ୍ଷରୁ ବରିଷ୍ଠ ସାମ୍ବାଦିକ ଜୀମୂତ ମଙ୍ଗରାଜଙ୍କୁ ଶ୍ରଦ୍ଧାଞ୍ଜଳି

କନକ ବ୍ୟୁରୋ : ଓଡିଶା ଜନସେବା ମଂଚ ଆନୁକୂଲ୍ୟରେ ଭର୍ଚୁଆଲ ମାଧ୍ୟମରେ ବିଶିଷ୍ଟ ସାମ୍ବାଦିକ , ସାହିତ୍ୟିକ ତଥା ସ୍ତମ୍ଭକାର ଡକ୍ଟର ଜୀମୂତ ମଙ୍ଗରାଜଙ୍କ ଶ୍ରଦ୍ଧାଞ୍ଜଳି ସଭା ଅନୁ୍ଷ୍ଠିତ ହୋଇଯାଇଛି । ଭର୍ଚୁଆଲ ମାଧ୍ୟମରେ ଏହି ସଭାର ଆୟୋଜନ କରାଯାଇଥିଲା । ଏହି ସଭାରେ ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ଅରୁଣ ପଣ୍ଡା, ରାଜାରାମ ଶତପଥୀ, କନକ ନ୍ୟୁଜ ଏଡିଟର ମନୋରଞ୍ଜନ ମିଶ୍ର, ସାହିତ୍ୟକ ତଥା ସ୍ତମ୍ଭକାର ଜୟନ୍ତ ଦାସ ଓ ବିଭିନ୍ନ ବର୍ଗର ପ୍ରମୁଖ ବ୍ୟକ୍ତି ଯୋଗଦେଇ ଜୀମୂତଙ୍କ ସ୍ମୃତିଚାରଣ କରିଥିଲେ । ଓଡିଶା ଜନସେବା ମଂଚର ସଭାପତି ଭାବଗ୍ରାହୀ ରାଉତଙ୍କ ଅଧ୍ୟକ୍ଷତାରେ ଏହି ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହେଇଥିଲା ।

ଜୀମୂତ ମଙ୍ଗରାଜ ହେଉଛନ୍ତି ଜଣେ ଉଚ୍ଚ‌କୋଟୀର ସାମ୍ବାଦିକ। ଗଣମାଧ୍ୟମ କ୍ଷେତ୍ରରେ ସେ ନିଜକୁ ପ୍ରତିଷ୍ଠିତ କରିବା ସହିତ ସାମ୍ବାଦିକତା, ଗଣଯୋଗାଯୋଗ ଓ ସମାଜସେବାରେ ଗବେଷଣା କରି ୩ଟି ଡକ୍ଟରେଟ୍ ଉପାଧି ଲାଭ କରିଛନ୍ତି। ଆଜିର ସାମ୍ବାଦିକତା ଓ ସମ୍ବାଦପତ୍ରରେ ନିର୍ଭୀକ ଖବର ପରିବେଷଣ ତଥା ଲୋକଙ୍କ ସ୍ବର ହୋଇପାରିଲେ ଜୀମୂତଙ୍କ ପ୍ରତି ଏହା ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି କହିଛନ୍ତି ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ।

ଓଡ଼ିଶା ଜନସେବା ମଞ୍ଚ ପକ୍ଷରୁ ସ୍ବର୍ଗତ ଜୀମୂତ ମଙ୍ଗରାଜଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଉଦ୍ଦେଶ୍ୟରେ ଆୟୋଜିତ ଭର୍ଚୁଆଲ୍ ସ୍ମୃତିସଭାରେ ଯୋଗଦେଇ ଶ୍ରୀ ପଟ୍ଟନାୟକ ଆହୁରି କହିଥିଲେ ଯେ ଜୀମୂତ ବାବୁ ଓଡ଼ିଶା ରାଜନୀତିର ୨ଶହ ଚରିତ୍ର, ବିଜୁ ବିଜୁ ବିଜୁ, ମାଘମାସିଆ ଭଳି ବହୁ ପୁସ୍ତକ ରଚନା କରିଛନ୍ତି। ଏହା ବ୍ୟତୀତ ବିଭିନ୍ନ ସମ୍ବାଦପତ୍ରରେ ନିରବଚ୍ଛିନ୍ନ ଭାବେ ତାଙ୍କ ସ୍ତମ୍ଭ ସର୍ବଦା ନିଷ୍ପେସିତଙ୍କ ଲାଗି ଉତ୍ସର୍ଗୀକୃତ ଥାଏ। ତେଣୁ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଅତି କମ୍‌ରେ ତାଙ୍କ ଭଳି ନିଡର ହୋଇ ଖବର ପ୍ରକାଶ କରିବାକୁ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe