କନକ ବ୍ୟୁରୋ: ଆଜି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୩ ତମ ଜୟନ୍ତି । ଏହି ଅବସରରେ ଦେଶବ୍ୟାପୀ ପାଳନ କରାଯାଉଛି ଗାନ୍ଧୀ ଜୟନ୍ତୀ । ବିଶେଷ କରି ରାଜଘାଟରେ ଥିବା ଗାନ୍ଧୀଜୀଙ୍କ ସମାଧିସ୍ଥଳରେ ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ, ସମସ୍ତଙ୍କ ମନ୍ତ୍ରୀ ଓ ନେତାବୃନ୍ଦ ଉପସ୍ଥିତ ହୋଇ ମହାତ୍ମାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ବୈଷ୍ଣବ ଜନ ତୋ ଧୂନରେ ଝଙ୍କୃତ ହୋଇଥିଲା ରାଜଘାଟର ପରିବେଶ । ଏହାପରେ ଅନୁଷ୍ଠିତ ହୋଇଥିଲା ସର୍ବଧର୍ମ ସମନ୍ୱୟ ପ୍ରାର୍ଥନା ସଭା ।publive-image

Advertisment

ପ୍ରାର୍ଥନା ସଭାରେ ଉପସ୍ଥିତ ଥିଲେ ସବୁ ଦଳର ବିଶିଷ୍ଟ ବ୍ୟକ୍ତି ତଥ୍ୟା ବିଭିନ୍ନ ସମ୍ପ୍ରଦାୟର ବିଶିଷ୍ଟ ବ୍ୟକ୍ତିତ୍ୱ । ରାଷ୍ଟ୍ରପତି ଦୌପଦୀ ମୁର୍ମୁ ସେଠାରେ ପହଞ୍ଚି ବାପୁଙ୍କ ସମାଧିପୀଠରେ ଶ୍ରଦ୍ଧାଞ୍ଜଳି ଦେଇଥିଲେ ।

ଏହାସହ ପ୍ରଧାନମନ୍ତ୍ରୀ ଓ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ମଧ୍ୟ ପହଞ୍ଚି ଗାନ୍ଧୀଜୀଙ୍କ ସମାଧି ସ୍ଥଳରେ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ଏହାପରେ ପ୍ରାର୍ଥନାସଭାରେ ଯୋଗ ଦେଇଥିଲେ ।

ଆଜି ସବୁ ଦଳର ବିଭେଦତା ଭୁଲି ରାଜଘାଟରେ ଏକାଠି ହୋଇଛନ୍ତି ନେତା , ମନ୍ତ୍ରୀ ତଥା ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି । ଦେଶ ତଥା ବିଶ୍ୱକୁ ଦେଇଛନ୍ତି ଶାନ୍ତି ଓ ସଂହତିର ବାର୍ତ୍ତା ।