କନକ ବ୍ୟୁରୋ : ପରଲୋକରେ ବଲିଉଡର ଭେଟେରାନ୍ ସିଙ୍ଗର ଏସପି ବାଲାସୁବ୍ରମଣ୍ୟମ୍ । ଚେନ୍ନାଇରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି । ମୃତ୍ୟୁବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା । ତାଙ୍କୁ ଶ୍ରଦ୍ଧାଂଜଳି ଜଣାଇ ବିଶିଷ୍ଟ ବାଳୁକା କଳା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳା ଭୂମିରେ ଏକ ବାଲୁକା ଚିତ୍ର ନିର୍ମାଣ କରିଛନ୍ତି । ଜଣେ ମହାନ କଣ୍ଠଶିଳ୍ପୀଙ୍କୁ ଶ୍ରଦ୍ଧାଂଜଳି ବୋଲି ସେ ଉଲ୍ଲେଖ କରିଛନ୍ତି ।
ଏସପି ବାଲସୁବ୍ରମଣ୍ୟମଙ୍କ ପରଲୋକ ବଲିଉଡ୍ ତଥା ଦକ୍ଷିଣ ଭାରତୀୟ ସିନେମା ଜଗତରେ ଶୋକର ଛାୟା ଖେଳାଇ ଦେଇଛି । ହିନ୍ଦି, ତେଲଗୁ, ତାମିଲ ପରି ଏକାଧିକ ଭାଷାରେ ୪୦ ହଜାରରୁ ଅଧିକ ଗୀତ ଗାଇଥିଲେ ବାଲାସୁବ୍ରମଣ୍ୟମ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/09/7-25.jpg)
/kanak/media/post_attachments/wp-content/uploads/2020/09/EixjauiVoAEkftz.jpg)