ବରିଷ୍ଠ ସାମ୍ବାଦିକ ସ୍ୱର୍ଗତ ବସନ୍ତ ଦାସଙ୍କୁ ଶ୍ରଦ୍ଧାଞ୍ଜଳି । ଦ୍ୱାଦଶ ଅବସରରେ ୟୁନିଟ-୪ ସ୍ଥିତ ବାସଭବନରେ ଶ୍ରଦ୍ଧାଞ୍ଜଳି ସଭା

126

କନକ ବ୍ୟୁରୋ : ବରିଷ୍ଠ ସାମ୍ବାଦିକ ସ୍ୱର୍ଗତ ବସନ୍ତ ଦାସଙ୍କ ଉଦେଶ୍ୟରେ ଶ୍ରଦ୍ଧାଞ୍ଜଳି ସଭା କରି ଏହି ବିଶିଷ୍ଟ ବ୍ୟକ୍ତିଙ୍କୁ ସ୍ମୃତି ଚାରଣ କରାଯାଇଛି । କରୋନାରେ ତାଙ୍କର ଦେହାନ୍ତ ହୋଇଥିବା ବେଳେ ଦ୍ୱାଦଶ ଅବସରରେ ୟୁନିଟ୍ ୪ ସ୍ଥିତି ବାସଭବନରେ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନା କରାଯାଇଥିଲା । ଏହି ଘରୁ କରୋନା ସଂକ୍ରମିତ ହୋଇ ଡାକ୍ତରଖାନା ଯାଇଥିଲେ ବସନ୍ତ ଦାସ । ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ବସନ୍ତ ଦାସ ଜଣେ ବିଶିଷ୍ଟ ଲେଖକ, ସ୍ତମ୍ବକାର, ସାମ୍ବାଦିକ ଓ ବିଚିକ୍ଷଣ ରାଜନୀତି ସମୀକ୍ଷକ ।

ଓଡିଶା ରାଜନୀତି ବାବଦରେ ତାଙ୍କର ପ୍ରଗାଢ ଜ୍ଞାନ ରହିଥିଲା । ରାଜ୍ୟ ରାଜନୀତିକୁ ନେଇ ଅନେକ ପୁସ୍ତକ ଲେଖିଛନ୍ତି ବସନ୍ତ ଦାସ । ତାଙ୍କ ଲେଖା ଗୁଡିକ ତଥ୍ୟ ଓ ସତ୍ୟ ଉପରେ ଆଧାରିତ । ସେ ଜଣେ ଭଲ ବନ୍ଧୁ ଥିଲେ ବୋଲି କହିଛନ୍ତି ପିସିସି ସଭାପତି ନିରଂଜନ ଦାସ । ସେହିଭଳି ରାଜ୍ୟ ଜଣେ ଭଲ ସାମ୍ବାଦିକଙ୍କୁ ହରାଇଛି ବୋଲି କହିଛନ୍ତି ସମ୍ବାଦ ଗ୍ରୁପ ଅଧ୍ୟକ୍ଷ ସୌମ୍ୟ ରଂଜନ ପଟ୍ଟନାୟକ । ତେବେ ଆଜିର ଶ୍ରଦ୍ଧାଞ୍ଜଳି ସଭାରେ ସାମ୍ବାଦିକ, ସାହିତ୍ୟିକ, ଲେଖକ ଓ ରାଜନେତା ମାନେ ସାମିଲ ହୋଇ ବସନ୍ତ ଦାସଙ୍କ ସହ ବିତାଇଥିବା ସମୟକୁ ମନେ ପକାଇଛନ୍ତି ।