ଦେଶ ପାଳୁଛି କାରଗିଲ ବିଜୟ ଦିବସ : ନେସନାଲ ୱାର ମେମୋରିଆଲରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରତିରକ୍ଷା ମନ୍ତ୍ରୀ ଓ ତିନି ସେନା ମୁଖ୍ୟ

214

କନକ ବ୍ୟୁରୋ : ଆଜି କାର୍ଗିଲ ବିଜୟ ଦିବସ । ଦେଶ ଆଜି ୨୨ ତମ କାର୍ଗିଲ ବିଜୟ ଦିବସ ପାଳନ କରୁଛି  । ଏହି ଅବସରରେ ଆଜି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସଂ ସହିଦ ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଦିଲ୍ଲୀରେ ନେସନାଲ ୱାର ମେମୋରିଆଲରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ତିନି ସେନା ପ୍ରମୁଖ ଉପସ୍ଥିତ ରହି ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

ସେପଟେ କାରଗିଲ୍ ୱାର ମେମୋରିଆଲରେ ବିଜୟ ଦିବସ ପାଳନ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସିଡିଏସ ଜେନେରାଲ ବିପିନ ରାୱତ ସାମିଲ ହୋଇଛନ୍ତି । ଖରାପ ପାଗ ଯୋଗୁଁ ରାଷ୍ଟପରି ରାମନାଥ କୋବିନ୍ଦଙ୍କ ଗସ୍ତ ବାତିଲ ହୋଇଛି । ପ୍ରତିବର୍ଷ ଜୁଲାଇ ୨୬ ତାରିଖକୁ କାର୍ଗିଲ ବିଜୟ ଦିବସ ଭାବେ ପାଳନ କରାଯାଉଛି  ।

୧୯୯୯ରେ ଲାହୋର ରାଜିନାମାକୁ ଅମାନ୍ୟ କରି ପାକିସ୍ତାନ ସେନା କାଶ୍ମୀରର କାର୍ଗିଲ ଅଂଚଳରେ ପ୍ରବେଶ କରିଥିଲେ । ଭାରତ ଓ ପାକିସ୍ତାନ ମଧ୍ୟରେ ୨ ମାସରୁ ଅଧିକ ସମୟ ଧରି ଯୁଦ୍ଧ ଚାଲିବା ପରେ ଭାରତ ପାକିସ୍ତାନକୁ ପରାସ୍ତ କରିଥିଲା । ଏଥିରେ ସହିଦ ହୋଇଥିବା ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ କାର୍ଗିଲ ବିଜୟ ଦିବସ ପାଳନ କରାଯାଉଛି ।