ମହାନଦୀ ଜଳବିବାଦ ମାମଲା ନେଇ ଟ୍ରିବ୍ୟୁନାଲରେ ଶୁଣାଣି ଶେଷ ! ପୁଣି ଆଲୋଚନା ପାଇଁ ଓଡିଶା-ଛତିଶଗଡକୁ ନିର୍ଦ୍ଦେଶ, ମେ ୧୧ରେ ପରବର୍ତ୍ତୀ ଶୁଣାଣି ।
କନକ ବ୍ୟୁରୋ : ମହାନଦୀ ଜଳବିବାଦ ମାମଲା ନେଇ ଆଜି ଟ୍ରିବ୍ୟୁନାଲରେ ଶୁଣାଣି ହୋଇଛି । ଓଡିଶାର ମଧ୍ୟବର୍ତ୍ତୀକାଳୀନ ଆବେଦନ ଉପରେ ଶୁଣାଣି ଶେଷ ହୋଇଛି । ଆଉ ଥରେ ଆଲୋଚନା ପାଇଁ ଉଭୟ ଓଡିଶା ଏବଂ ଛତିଶଗଡକୁ ନିର୍ଦ୍ଦେଶ ଦିଆଯାଇଛି । ଆପୋସ ଆଲୋଚନା ଦ୍ୱାରା ସମାଧାନ କରିବାକୁ ଟ୍ରିବ୍ୟୁନାଲ ପରାମର୍ଶ ଦେଇଛନ୍ତି । ଏବଂ ମେ ୧୧ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ଜଣାପଡିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ଟ୍ରିବୁନାଲ ରାୟ ପ୍ରକାଶ କରିବା ପୂର୍ବରୁ ଦୁଇ ରାଜ୍ୟକୁ ଆପୋଷ ଆଲୋଚନା ମାଧ୍ୟମରେ ସମାଧାନର ରାସ୍ତା ବାହାର କରିବାକୁ ପରାମର୍ଶ ଦେଇଥିଲେ । ତଦନୁସାରେ ଓଡିଶା ଓ ଛତିଶଗଡ଼ ଅଧିକାରୀଙ୍କ ମଧ୍ୟରେ ଉଚ୍ଚସ୍ତରୀୟ ବୈଠକ ଫେବୃଆରୀ ୨୫ ଓ ମାର୍ଚ୍ଚ ୫ରେ ଅନୁଷ୍ଠିତ ହୋଇଥିଲା । ହେଲେ ଆଲୋଚନା ବିଫଳ ହେବ ପରେ ଟ୍ରିବ୍ୟୁନାଲ ଦୁଇ ରାଜ୍ୟର ଆଡଭୋକେଟ ଜେନେରାଲ ସ୍ତରରେ ଆଲୋଚନା ପାଇଁ ପ୍ରସ୍ତାବ ଦେଇଥିଲେ । ଚଳିତ ମାସ ୧୬ରେ ଏଜି ସ୍ତରୀୟ ଆଲୋଚନା ହୋଇଥିଲେ ମଧ୍ୟ ବିବାଦର କୌଣସି ସମାଧାନ ହୋଇପାରିନଥିଲା ।