କନକ ବ୍ୟୁରୋ : ଓଡ଼ିଶୀ ନୃତ୍ୟାଙ୍ଗନା ବେଶରେ ନଜର ଆସିଲେ ବଲିଉଡ଼ ଅଭିନେତ୍ରୀ କାଜଲ । କାଜଲ ତାଙ୍କ ଆଗାମୀ ଫିଲ୍ମ ‘ତ୍ରିଭଙ୍ଗରେ’ ଓଡ଼ିଶୀ ଡ଼୍ୟାନ୍ସ କରୁଥିବା ଦେଖିବାକୁ ମିଳିବ । ବଲିଉଡ଼ରେ ଓଡ଼ିଶୀ ଡ଼୍ୟାନ୍ସ ନୂଆ ନଥିଲେ ବି କାଜଲଙ୍କ କ୍ଷେତ୍ରରେ ଏହା ସମ୍ପୁର୍ଣ୍ଣ ନୂଆ ।
Tribhanga, matlab, tedhi, medhi, crazy, but sexy. #Tribhanga, premieres 15 January, only on Netflix. @ajaydevgn @ADFFilms @Banijayasia @deepak30000 @NegiR @AlchemyFilms @sidpmalhotra @ParagDesai @mipalkar @renukash @Meena_Iyer @KumarMangat @netflix pic.twitter.com/cfPYloOsI1
— Kajol (@itsKajolD) January 1, 2021
ଜାନୁଆରୀ ୧ରେ ଫିଲ୍ମର ଟିଜରକୁ ସେ ଟ୍ୱିଟରରେ ସେୟାର କରିବା ପରେ ଚର୍ଚ୍ଚା ଜୋର ଧରିଛି । ୨୦ ସେକେଣ୍ଡର ଏହି ଭିଡ଼ିଓରେ କାଜଲ ଓଡ଼ିଶୀ ଶାଢ଼ୀ ପିନ୍ଧିଛନ୍ତି । ଆସନ୍ତା ୧୫ ତାରିଖରେ ସିନେମାଟି ଓଟିଟି ପ୍ଳାଟଫର୍ମ ନେଟଫ୍ଲିକ୍ସ ରିଲିଜ ହେବ । ସିନେମାରେ ଅନେକ ରୋମାଂଚକ ଦୃଶ୍ୟ ରହିଛି । ଫିଲ୍ମରେ ୩ ଜଣ ମହିଳାଙ୍କ ଜୀବନ କାହାଣୀ ରହିଛି । କାଜଲଙ୍କ ଚିରତ୍ର ନାଁ ରହିଛି ଅନୁ ।