ଗାଁକୁ ରାସ୍ତା ଓ ବିଜୁଳି ଦାବିରେ ଆଦିବାସୀଙ୍କ ମେଳି । ୭ ଦିନ ଭିତରେ ସମସ୍ୟାର ସମାଧାନ ନହେଲେ ଆନ୍ଦୋଳନ ଜାରି ରଖିବାକୁ ଚେତାବନୀ ।

ଗାଁକୁ ରାସ୍ତା ଓ ବିଜୁଳି ଦାବିରେ ଆଦିବାସୀଙ୍କ ମେଳି । ୭ ଦିନ ଭିତରେ ସମସ୍ୟାର ସମାଧାନ ନହେଲେ ଆନ୍ଦୋଳନ ଜାରି ରଖିବାକୁ ଚେତାବନୀ ।

କନକ ବ୍ୟୁରୋ: ଗାଁକୁ ରାସ୍ତା ଓ ବିଜୁଳି ପାଇଁ ଆଦିବାସୀଙ୍କ ମେଳି । ଭଂଜନଗର ଉପଖଣ୍ଡ ଜଗନ୍ନାଥପ୍ରସାଦ ବ୍ଳକ ଗାୟାଗଣ୍ଡା ପଂଚାୟତର ତଳଖମଣ, ମଣ୍ଡାପଥର ଓ ଡଙ୍ଗାଭୂମି ଗାଁକୁ ରାସ୍ତା ଓ ବିଜୁଳି ନାହିଁ । ବାରମ୍ବାର ଅଭିଯୋଗ ପରେ ବି ସମସ୍ୟାର ସମାଧାନ ନହେବାରୁ ଭଂଜନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟ ପରିସରରେ ଅହୋରାତ୍ର ଗଣଧାରଣା ଦେଇଛନ୍ତି ଆଦିବାସୀ ।

ଏପରିିକି ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟ ରୋଷେଇ କରି ଖାଇବା ସହ ରାତିରେ କାର୍ଯ୍ୟାଳୟ ଆଗରେ ମଶାରି ବାନ୍ଧି ପ୍ରତିବାଦ କରିଛନ୍ତି । ୭ ଦିନ ଭିତରେ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ମିଳିଥିଲେ ମଧ୍ୟ ଆଦିବାସୀଙ୍କ ଗୋଟିଏ ଜିଦ୍ ୨୦୧୬ରେ ଆନ୍ଦୋଳନ କରିଥିଲୁ ହେଲେ ପ୍ରତିଶ୍ରୁତି ମିଳିଥିଲା କାମ ଦେଲାନି ତେଣୁ କାମ ଆରମ୍ଭ ନହେବା ଯାଏଁ ଗଣଧାରଣାରୁ ହଟିବେନାହିଁ ଆଦିବାସୀ ମାନେ ସ୍ପଷ୍ଟ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe