କନକ ବ୍ୟୁରୋ: ଗାଁକୁ ରାସ୍ତା ଓ ବିଜୁଳି ପାଇଁ ଆଦିବାସୀଙ୍କ ମେଳି । ଭଂଜନଗର ଉପଖଣ୍ଡ ଜଗନ୍ନାଥପ୍ରସାଦ ବ୍ଳକ ଗାୟାଗଣ୍ଡା ପଂଚାୟତର ତଳଖମଣ, ମଣ୍ଡାପଥର ଓ ଡଙ୍ଗାଭୂମି ଗାଁକୁ ରାସ୍ତା ଓ ବିଜୁଳି ନାହିଁ । ବାରମ୍ବାର ଅଭିଯୋଗ ପରେ ବି ସମସ୍ୟାର ସମାଧାନ ନହେବାରୁ ଭଂଜନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟ ପରିସରରେ ଅହୋରାତ୍ର ଗଣଧାରଣା ଦେଇଛନ୍ତି ଆଦିବାସୀ ।
ଏପରିିକି ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟ ରୋଷେଇ କରି ଖାଇବା ସହ ରାତିରେ କାର୍ଯ୍ୟାଳୟ ଆଗରେ ମଶାରି ବାନ୍ଧି ପ୍ରତିବାଦ କରିଛନ୍ତି । ୭ ଦିନ ଭିତରେ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ମିଳିଥିଲେ ମଧ୍ୟ ଆଦିବାସୀଙ୍କ ଗୋଟିଏ ଜିଦ୍ ୨୦୧୬ରେ ଆନ୍ଦୋଳନ କରିଥିଲୁ ହେଲେ ପ୍ରତିଶ୍ରୁତି ମିଳିଥିଲା କାମ ଦେଲାନି ତେଣୁ କାମ ଆରମ୍ଭ ନହେବା ଯାଏଁ ଗଣଧାରଣାରୁ ହଟିବେନାହିଁ ଆଦିବାସୀ ମାନେ ସ୍ପଷ୍ଟ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/02/12-26.jpg)