କନକ ବ୍ୟୁରୋ : ଖଲିକୋଟ ଥାନା ଘେରାଉ କଲେ ଶତାଧିକ ଆଦିବାସୀ । ବେଆଇନ ମଦ ଭାଟି ଉପରେ ପୋଲିସର ଚଢାଉକୁ ବିରୋଧ କରି ଲୋକେ ପ୍ରତିବାଦ କରିଛନ୍ତି । ହାତରେ ଧନୁ ତୀର ଧରି ଥାନା ଭିତରକୁ ପ୍ରବେଶ କରିବାକୁ ପ୍ରୟାସ କରିଛନ୍ତି ଶତାଧିକ ଲୋକେ । ହେଲେ ପୋଲିସ ଥାନା ଆଗରେ ଘେରି ରହିଛି । ଏହି ଘଟଣାରେ ପୋଲିସ ଏବଂ ସ୍ଥାନୀୟ ଲୋକେ ହାତାହାତି ହୋଇଛନ୍ତି । ଦୁଇ ଦିନ ତଳେ ପୋଲିସ ବାଦପଲି ପଂଚାୟତ କମାର ସିଂହ ଗାଁରେ ଚଢାଉ କରିଥିଲା । ବେଆଇନ୍ ମଦ କାରବାର ଚାଲିଥିବା ସୂଚନା ପାଇ ଏହି ରେଡ୍ କରିଥିଲା । ପରେ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଏବେ ଗାଁ ଲୋକେ ସଂପୃକ୍ତ ଦୁଇ ବ୍ୟକ୍ତିଙ୍କୁ ୨୪ ଘଂଟାରେ ଛାଡିବାକୁ ଦାବି କରିଛନ୍ତି ।

Advertisment