କନକ ବ୍ୟୁରୋ : ରାଉରକେଲା ମହିଳା ସହକାରୀ ଜିଲ୍ଳାପାଳଙ୍କ ମୃତ୍ୟୁ ଘଟଣା । ତାତିଲେ ସ୍ଥାନୀୟ ଲୋକ । ଏଡିଏମ୍ ଅଫିସ ଘେରିଲେ ଶତାଧିକ ଆଦିବାସୀ ମହିଳା । ପୋଲିସ ତଦନ୍ତରେ ପ୍ରଶ୍ନ ଉଠାଇ ସିବିଆଇ ତଦନ୍ତ ପାଇଁ କରିଛନ୍ତି ଦାବି । ୧୯ ତାରିଖରେ ପାର୍କର ଏକ ପୋଖରୀରୁ ଉଦ୍ଧାର ହୋଇଥିଲା ସୁସ୍ମିତା ମିଞ୍ଜଙ୍କ ମୃତଦେହ ।
ସୁସ୍ମିତାଙ୍କୁ କେହି ହତ୍ୟା କରି ଫୋପାଡ଼ି ଦେଇଥିବା ପରିବାର ଲୋକ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ହୋଟେଲ ସିସିଟିଭି ଫୁଟେଜ ଯାଞ୍ଚ କରିବା ସହ ସୁସ୍ମିତାଙ୍କ ହାତଲେଖା ଚିଠି ଓ ପୋଷ୍ଟମର୍ଟମ ରିପୋର୍ଟରେ ଆତ୍ମହତ୍ୟା ବୋଲି ଦର୍ଶାଇଥିଲା । କଂଗ୍ରେସ ଓ ଜିଲ୍ଲା ଆଦିବାସୀ ମଞ୍ଚ ମଧ୍ୟ ସୁସ୍ମିତାଙ୍କ ମୃତ୍ୟୁକୁ ନେଇ ସିବିଆଇ ତଦନ୍ତ ଦାବି କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/09/Minz-1200x900-1.webp)