ଭଦ୍ରକ ଚାନ୍ଦବାଲିରେ ଚାଞ୍ଚଲ୍ୟ । କାମଦେବା ବାହାନାରେ ବିଲରୁ ଉଠାଇ ନେଇ ଆଦିବାସୀ ମହିଳାଙ୍କୁ ଦୁଷ୍କର୍ମ, ୩ ଅଭିଯୁକ୍ତ ଗିରଫ

618

କନକ ବ୍ୟୁରୋ : ବିଲକାମ କରିବାକୁ ଆସି ଗଣଦୁଷ୍କର୍ମର ଶିକାର ହେଲେ ଆଦିବାସୀ ମହିଳା । ଭଦ୍ରକ ଚାନ୍ଦବାଲି ଅଂଚଳର ଏହି ଘଟଣା ଏବେ ଚାଂଚଲ୍ୟ ସୃଷ୍ଟି କରିଛି । ପୋଲିସ୍ କହିବା ଅନୁଯାୟୀ, ମହିଳା ଜଣକ କାମ କରିବାକୁ ୨୫ ତାରିଖରେ ଆସିଥିଲେ । ହେଲେ ସେ ଯାହା ପାଖରେ କାମ କରିବା କଥା, ସଂଜୟ ଦାସ ନାମକ ବ୍ୟକ୍ତି ତାଙ୍କୁ ଫେରାଇ ଦେଇଥିଲେ । ମହିଳା ଜଣକ ନିଶାଗ୍ରସ୍ତ ଥିବା କହି ସେ ଫେରାଇ ଦେଇଥିଲେ । ଫଳରେ ଅଟୋରେ ଆଦିବାସୀ ମହିଳା ଜଣକ ଚାନ୍ଦବାଲି ଫେରୁଥିଲେ । ଏହି ସମୟରେ ସଂଜୟଙ୍କ ୩ ସାଙ୍ଗ ପ୍ରଦୀପ ଦାସ, ସଂସରା ଦାସ, ଧୁକୁଡ଼ା ଦାସ କାମ ଦେବାକୁ କହି ପୀଡ଼ିତାଙ୍କୁ ମୋଟରସାଇକେଲରେ ବସାଇ ନେଇଥିଲେ । ହେଲେ ବିଲ ମଝିରେ ତିନି ଜଣ ମିଶି ପୀଡ଼ିତାଙ୍କୁ ଗଣଦୁଷ୍କର୍ମ କରିଥିଲେ । ଏହାପରେ ତାଙ୍କୁ ସେଠାରେ ଛାଡ଼ିଦେଇଯାଇଥିଲେ । ଆଉ ପୀଡ଼ିତାଙ୍କ ନିଶା ଛାଡ଼ିବା ପରେ ସେ ଚିକ୍ରାର କରି ଡାକ ପକାଇଥିଲେ । ଏହାପରେ କିଛି ସ୍ଥାନୀୟ ଲୋକ ସେଠାରେ ଜମା ହୋଇ ପୁଲିସକୁ ଖବର ଦେଇଥଲେ । ପୁଲିସ୍ ପହଂଚି ପୀଡ଼ିତାଙ୍କୁ ଉଦ୍ଧାର କରିବା ସହ ଚିକିତ୍ସା କରାଇଥିଲେ । ପୋଲିସ୍ ପୀଡ଼ିତାଙ୍କ ଠାରୁ ସବୁ ଶୁଣିବା ପରେ ଏକ ମମଲା ରୁଜୁ କରି ତଦନ୍ତ ଚଳାଇଛି । ତିନି ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ୍ । ଏହାପରେ ଅଭିଯୁକ୍ତମାନଙ୍କ ଡାକ୍ତରୀ ପରୀକ୍ଷା କରାଯାଇ ଚାନ୍ଦବାଲି କୋର୍ଟରେ ହାଜର କରାଯାଇଛି ।