କନକ ବ୍ୟୁରୋ : ପଦ୍ମପୁର ଉପନିର୍ବାଚନ ପାଖେଇ ଆସୁଥିବାବେଳେ କିଏ କାହାକୁ ଭୋଟ ଦେବେେ ତାକୁ ନେଇ ଆରମ୍ଭ ହୋିଯାିଛି ଆଲୋଚନା ପର୍ଯ୍ୟାଲୋଚନା । ୟା ଭିତରେ ଆଦିବାସୀଙ୍କ ଭୋଟ କାହା ଆଡକୁ ଯିବ ତାକୁ ନେଇ ମଧ୍ୟ କଳ୍ପନାଜଳ୍ପନା ଚାଲିଛି । ଆଦିବାସୀ ଭୋଟକୁ ନେଇ ପଦ୍ମପୁରରେ ୨ ପ୍ରମୁଖ ଦଳ ମୁହାଁମୁହିଁ ହୋଇଛନ୍ତି ।

Advertisment

ଆଦିବାସୀଙ୍କ ଭୋଟ ବିଜେପିକୁ ଯିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ  ।ଆଦିବାସୀଙ୍କୁ ବଜେପି ସମ୍ମାନ ଦେବାସହ ସେମାନଙ୍କ ବିକାଶ କଥା ସବୁବେଳେ ଚିନ୍ତା କରିଆସିଛି । ତେଣୁ ସେମାନଙ୍କ ଭୋଟ ବିଜେପିକୁ ଯିବା ସ୍ୱାଭାବିକ ବୋଲି କହିଛନ୍ତି ବିଶ୍ୱେଶ୍ୱର ଟୁଡୁ  । ବିଶ୍ୱେଶ୍ୱରଙ୍କ ଏହି କଥାକୁ ପ୍ରତିରୋଧ କରିଛନ୍ତି  ବିଜେଡି ସାଂସଦ ମୁନ୍ନା ଖାଁ । ଯଦି ଆଦିବାସୀଙ୍କ ଭୋଟ ବିଜେପିକୁ ଯିବ ବୋଲି ବିଜେପି ଜାଣିଛି ତେବେ ପଞ୍ଚାୟତ ନିର୍ବାଚନରେ ଦଳ ହାରିଲା କାହିଁକି ବୋଲି  ମୁନ୍ନା ଖାଁ ପ୍ରଶ୍ନ କରିଛନ୍ତି ।

 ସବୁଠାରୁ ବଡ କଥା ହେଉଛି ପାଖାପାଖି ୩୩ ପ୍ରତିଶତ ଆଦିବାସୀ ରହିଛନ୍ତି ପଦ୍ମପୁରରେ । ଏମାନଙ୍କ ଭୋଟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ତେଣୁ ଏମାନଙ୍କ ଭୋଟ ଉପରେ ଏବେ ସବୁ ଦଳଙ୍କ ଆଖି ।