କନକ ବ୍ୟୁରୋ: ଭୁବନେଶ୍ୱର ଲୋୟର ପିଏମଜିରେ ଆଦିବାସୀଙ୍କ ବିକ୍ଷୋଭ । ରାଜ୍ୟ ସରକାର ଆଦିବାସୀ ଜମି ବିକ୍ରୟ ପାଇଁ ନେଇଥିବା କ୍ୟାବିନେଟ୍ ନିଷ୍ପତିକୁ ବିରୋଧ କରି ବିକ୍ଷୋଭ କରାଯାଉଛି । ଓଡ଼ିଶା ରାଜ୍ୟ ପେସାଗ୍ରାମ ସଭା କୋଡିନେସନ୍ କମିଟି ପକ୍ଷରୁ ଆନ୍ଦୋଳନ କରାଯାଉଛି । ପାରମ୍ପରିକ ଆଦିବସୀ ବାଦ୍ୟ ଯନ୍ତ୍ର ସହ ଆନ୍ଦୋଳନକୁ ଓହ୍ଲାଇଛି କମିଟି । କ୍ୟାବିନେଟ୍ ନିଷ୍ପତିକୁ ସ୍ଥଗିତ ନୁହେଁ ବରଂ ସଂପୂର୍ଣ୍ଣ ପ୍ରତ୍ୟାହାର ଦାବି ହୋଇଛି । ଏହା ସହ ପେସା ଆଇନ ଲାଗୁ କରିବାକୁ କମିଟି ଦାବି କରିଛି ।

Advertisment