କନକ ବ୍ୟୁରୋ: ରାଜ୍ୟ ସରକାର ବିରୋଧରେ ରାଜରାସ୍ତାରେ ହଜାର ହଜାର ଆଦିବାସୀ। ସୁନ୍ଦରଗଡ଼ ରାଜରାସ୍ତାରେ ହଜାର ହଜାର ଆଦିବାସୀ, ସରକାର ବିରୁଦ୍ଧରେ ଗର୍ଜିଛନ୍ତି। ଆଜି ଜିଲ୍ଲାର କୋଣ ଅନୁକୋଣରୁ ହଜାର ହଜାର ଆଦିବାସୀ ଆସି ଜିଲ୍ଲାପାଳଙ୍କ କାର୍ୟ୍ୟଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।
ମାସ ୬ ତାରିଖରେ ଜବରଦଖଲ ଉଚ୍ଛେଦ ପାଇଁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଜାରି କରାଯାଇଛି। ଏହାକୁ ବିରୋଧ କରିଛନ୍ତି ଜିଲ୍ଲା ମୁଲବାସି ଆଦିବାସୀ। ଏହାର ପ୍ରତିବାଦରେ ସୁନ୍ଦରଗଡ଼ ଜିଲ୍ଲା ମାଟି ବଞ୍ଚାଅ ମଞ୍ଚର ଆହ୍ୱାନରେ ଆଜି ହଜାର ହଜାର ଆଦିବାସୀ ଜିଲ୍ଲାପାଳ କାର୍ୟ୍ୟଳୟ ସମ୍ମୁଖରେ ବିରୋଧ ପ୍ରଦର୍ଶନ କରିଛନ୍ତି। ଗୋଟିଏ ପଟେ ଆଦିବାସୀ ଓ ଅନ୍ୟ ପାରମ୍ପରିକ ବନବାସୀଙ୍କୁ ଜଙ୍ଗଲ ଜମି ଅଧିକାର ଦେବାରେ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ଅଭିଯୋଗ ହୋଇଛି। ଏହାସହ ସରକାର ଜଙ୍ଗଲ ଜମିରୁ ସେମାନଙ୍କ ଜୀବନ ଜୀବିକା ଓ ବସତିକୁ ଉଚ୍ଛେଦ କରି ଜମି ସବୁ କମ୍ପାନି ହାତରେ ଟେକି ଦେବାକୁ ଷଡ଼ଯନ୍ତ୍ର ରଚିଥିବା ଅଭିଯୋଗ କରିଛି ମଞ୍ଚ। ଯଦି ସରକାର ଏହି ନିର୍ଦ୍ଦେଶ ପ୍ରତ୍ୟାହାର ନ କରନ୍ତି ତାହେଲେ ଆଗକୁ ଆହୁରି ତୀବ୍ର ପ୍ରତିବାଦ କରାଯିବ ବୋଲି ଚେତାବନୀ ଦେଇଛନ୍ତି ଆଦିବାସୀ।