ପ୍ରକୃତି ଓ ପରିବେଶ ସହ ଜଡିତ ଆଦିବାସୀଙ୍କ ଜୀବନ ଧାରା: ଖରା ଦିନେ ତାଳ ସଜ ବିକି ରୋଜଗାର କରୁଛନ୍ତି ଆଦିବାସୀ ଅଧ୍ୟୁଷିତ ଲୋକେ

236

କନକ ବ୍ୟୁରୋ: ପ୍ରକୃତି ଓ ପରିବେଶ ସହ ବନ୍ଧା ଆଦିବାସୀଙ୍କ ଜୀବନ ଧାରା । ଜଙ୍ଗଲ ପାହାଡ ସହ ଆଙ୍ଗାଙ୍ଗି ଭାବେ ଜଡିତ ଆଦିବାସୀ ଚାଲିଚଳଣ । ଆଉ ସମୟ ସମୟରେ ମିଳୁଥିବା ଜଂଗଲଜାତ ଦ୍ରବ୍ୟ ହିଁ ଆଦିବାସୀଙ୍କ ପେଟ ପୋଷୁଥିବାର ମଧ୍ୟ ନଜିର ରହିଛି । ଖରା ଦିନରେ ଆଦିବାସୀ ବହୁଳ ମାଲକାନଗିରି ଜିଲ୍ଲାରେ ପ୍ରଚୁର ପରିମାଣରେ ତାଳ ଉପଲବ୍ଧ ହୋଉଥିବାବେଳେ ଏହି ତାଳକୁ ବାଜରରେ ବିକ୍ରୀ କରି ବେଶ ଦୁଇ ପଇସା ରୋଜଗାର କରନ୍ତି ମାଲକାନଗିରି ଜିଲ୍ଲାର ଆଦିବାସୀ ମଣିଷ ।

ଆଦିବାସୀଙ୍କ ରୋଜଗାରର ମାଧ୍ୟମ ପାଲଟିିଛି ଜଂଗଲ ଜାତ ଦ୍ରବ୍ୟ । ତାଳସଜ ବିକ୍ରି କରି ଦୁଇ ପଇସା ରୋଜଗରା କରୁଛନ୍ତି ମାଲକାନଗିରି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଲୋକେ । ଖାରା ଦିନେ ତାଳ ଖାଇବାକୁ କିଏ ବା ଭଲ ନପାଏ । ଆଉ ଯଦି ତାଳ ସଜ ସିଧା ବଜାରରେ ଉପଲବ୍ଧ ହୁଏ, ତାହାଲେ ତ ବହୁତ ଖୁସିର କଥା । ଏ ଚିତ୍ର ହୋଉଛି ମାଲକାନଗିରି ଜିଲ୍ଲା ଡିଏନକେ ଦୌନିକ ବଜାରର । ପ୍ରତି ଦିନ ବସ୍ତା ଭରି ତାଳ ଆଣି ସେଥିରୁ ସଜ ବାହାର କରି ଗ୍ରାହକଙ୍କୁ ବିକ୍ରି କରୁଛନ୍ତି ଆଦିବାସୀ ଯୁବକ । ମାଲକାନଗିରି ଜିଲ୍ଲାର ତାମସା, ତୁମସାପଲି, ପିଟାଗେଟା, ବଏଲାପାଲି ଆଦି ଗାଁର ଯୁବକ ମାନେ ପ୍ରତି ବର୍ଷ ଏହି ସମୟରେ ବଜାରରୁ ତାଳ ଆଣି ବିକ୍ରି କରନ୍ତି । ଗ୍ରାହକଙ୍କୁ ଅତି ସୁନ୍ଦର ଭାବରେ କାଟି ବିକ୍ରି କରନ୍ତି । ତାଳ ଏକ ରୁତୁକାଳିନ ଫଳ ହୋଇଥିବାରୁ ଏହାକୁ ଖାଇବା ପାଇଁ ସମସ୍ତେ ପସନ୍ଦ କରନ୍ତି । ଚାହିଦା ତୁଳନାରେ ଏବେ ତାଳ ସଜର ଦର ବି ବଢିବାରେ ଲାଗିଛି ।

ପ୍ରଚଣ୍ଡ ଖରାରେ ତାଳ ସଜର ବେଶ ଚାହିଦା ରହିଛି । ପୁର୍ବରୁ ୬ ଟି ତାଳ ସଜ କୁ ୧୦ ଟଙ୍କା ଦରରେ ବିକ୍ରି ହୋଉଥିବା ବେଳେ ଏହା ଏବେ ୨୦ ଟଙ୍କାରେ ବିକ୍ରୀ ହୋଉଛି । ଆଉ ପ୍୍ରତି ଦିନ ଆଦିବାସୀ ଯୁବକ ମାନେ ଏହାକୁ ବିକ୍ରୀ କରି ଦୈନିକ ୫୦୦ ରୁ ୧୦୦୦ ରୋଜଗାର କରନ୍ତି । ମାଲକାନଗିରି ପିଟାଗେଟା ଗାଁର ବିଲ ହୁଡାରେ ଅନେକ ତାଳ ଗଛ ରହିଛି । ଆଉ ତାଳ ବି ପ୍ରଚୁର ପରିମାଣରେ ଫଳୁଛି । ସେଗୁଡିକ ତୋଳି ସ୍ଥାନୀୟ ବଜାରରେ ବିକ୍ରି କରନ୍ତି ଆଦିବାସୀ ଯୁବକ ।

କେବଳ ସଜ ତାଳ ନୁହଁ । ତାଳ ଗଛର ଉପକାରିତ ବର୍ଷତମାମ ରହିଛି । ଶିତ ଦିନେ ତାଳ ଗଛର ରସ ବା ତାଡିକୁ ସଂଗ୍ରହ କରି ଆଦିବାସୀ ମାନେ ଏହା କୁ ମୃଦୁ ନିଶାଦ୍ରବ୍ୟ ଭାବେ ସେବନ କରନ୍ତି । ହାଟ ବଜାରରେ ବିକ୍ରୀ ମଧ୍ୟ କରନ୍ତି । ଆଉ ତାଳ ପତ୍ରକୁ ଆଦିବାସୀ ମାନେ ଘର ଛପର କରି ସେଥିରେ ବର୍ଷ ତମାମ ମୁଣ୍ଡ ଗୁଂଜନ୍ତି ଆନେକ ଆଦିବାସୀ ପରିବାର । ପାଚିଲା ତାଳର ମଧ୍ୟ ବେଶ ଚାହିଦା ରହିଛି ।

ପ୍ରକୃତିକୁ ଜାବୁଡି ଧରି ସରଳ ଆଦିବାସୀ ମାନେ ଜୀବନ ଜାପନ କରନ୍ତି । ଆଉ ତାଳ ସହ ତେନ୍ତୁଳି, ମହୁଲ ପରି ବିଭିନ୍ନ ଜଂଗଲଜାତ ଦ୍ରବ୍ୟ ଆଜି ବି ଏମାନଙ୍କ ଜୀବନ ଜୀବିକା ସହ ଯୋଡି ହୋଇ ରହିଛି ।