ବଣ୍ଡାଘାଟିରେ ଆଦିବାସୀ ମନ୍ତ୍ରୀ : କରୋନା ସଂକ୍ରମଣ ବଢିବା ପରେ ସ୍ଥିତି ପରଖିଲେ ଜଗନ୍ନାଥ ସାରକା; ଲୋକଙ୍କୁ ସଚେତନ କରିବା ଉପରେ ଗୁରୁତ୍ୱ

102

କନକ ବ୍ୟୁରୋ : ବଣ୍ଡାଘାଟିରେ ଆଦିବାସୀ ମନ୍ତ୍ରୀ । ପାହାଡି ଇଲାକାର ବଣ୍ଡା ଜନଜାତି କରୋନା ସଂକ୍ରମିତ ହେବା ପରେ ଘାଟି ମଣିଷଙ୍କ ସ୍ଥିତି ପରଖିଛନ୍ତି ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା । ମାଲକାନଗିରି ଜିଲ୍ଲା ବଣ୍ଡାଘାଟିରେ ପ୍ରଥମ ଥର ଲାଗି ମନ୍ତ୍ରୀ ଗସ୍ତ କରି ଘାଟିର ଲୋକଙ୍କ ସମସ୍ୟା ବୁଝିଛନ୍ତି । ଏହା ସହ ଲୋକଙ୍କ ଠାରୁ ସଚେତନା ନେଇ ପଚାରି ବୁଝିଛନ୍ତି ।

ପ୍ରଶାସନିକ ଅଧିକାରୀଙ୍କ ସହିତ ଘାଟି ଅଂଚଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି ମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ବଣ୍ଡାଘାଟି ଉପରେ ସ୍ୱତନ୍ତ୍ର ଦୃଷ୍ଟି ରହିିଥିବା ମନ୍ତ୍ରୀ କହିଛନ୍ତି । ଜିଲ୍ଲା ପ୍ରଶାସନ ତରଫରୁ ମଧ୍ୟ କୈଣସି ଅବହେଳା ହୋଇନାହିଁ । କରୋନାକୁ ନେଇ ଲଢିବାକୁ ସମସ୍ତ ପଦକ୍ଷେପ ଓ ଘାଟି ମଣିଷ ମଧ୍ୟ ସଚେତନତା ହୋଇଥିବା କହିଛନ୍ତି ମନ୍ତ୍ରୀ । ଏହା ସହିତ ଘାଟିର ଲୋକଙ୍କୁ ସଚେତନତା କରି ରାସନ ସାମଗ୍ରୀ ବଂଟନ କରିଥିଲେ ମନ୍ତ୍ରୀ ।