ଆଦିବାସୀଙ୍କ ଜମି ହସ୍ତାନ୍ତର ନିଷ୍ପତ୍ତିର ହେବ ସଂଶୋଧନ, ଆଦିବାସୀ ଉପଦେଷ୍ଟା କମିଟି କରିବ ଅଧିକ ତର୍ଜମା । ଗୃହରେ ବିବୃତି ରଖିଲେ ସଂସଦୀୟ ମନ୍ତ୍ରୀ ।

ଆଦିବାସୀଙ୍କ ଜମି ହସ୍ତାନ୍ତର ନିଷ୍ପତ୍ତିର ହେବ ସଂଶୋଧନ, ଆଦିବାସୀ ଉପଦେଷ୍ଟା କମିଟି କରିବ ଅଧିକ ତର୍ଜମା । ଗୃହରେ ବିବୃତି ରଖିଲେ ସଂସଦୀୟ ମନ୍ତ୍ରୀ ।

କନକ ବ୍ୟୁରୋ : ଆଦିବାସୀଙ୍କ ଜମି ହସ୍ତାନ୍ତରକୁ ନେଇ ହୋଇଥିବା କ୍ୟାବିନେଟ ନିଷ୍ପତ୍ତିର ହେବ ସଂଶୋଧନ । ଅଧିକ ତର୍ଜମା କରିବେ ଆଦିବାସୀ ଉପଦେଷ୍ଟା କମିଟି । କ୍ୟାବିନେଟର ପୂର୍ବ ନିଷ୍ପତ୍ତିର ହେବ ଅଧିକ ତର୍ଜମା । ଏନେଇ ବିଧାନସଭାରେ ବିବୃତି ରଖିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ । ଆଦିବାସୀଙ୍କ ଜମି ହସ୍ତାନ୍ତର ନିଷ୍ପତ୍ତିକୁ ନେଇ ଆସିଥିବା ପ୍ରସ୍ତାବକୁ ଉପଦେଷ୍ଟା କମିଟିକୁ ପଠାଯାଇଥିବା କହିଛନ୍ତି ସଂସଦୀୟ ମନ୍ତ୍ରୀ ।

ସେହିଭଳି ରାଜସ୍ୱ ମନ୍ତ୍ରୀ କହିଛନ୍ତି, ସରକାରଙ୍କ ଏଭଳି ପଦକ୍ଷେପ ପରେ ଆଦିବାସୀଙ୍କ ଦ୍ୱନ୍ଦ୍ୱ ଦୂର ହୋଇଛି । ଗତ ୧୪ ତାରିଖରେ ଆଦିବାସୀଙ୍କ ଜମି ହସ୍ତାନ୍ତର ପ୍ରସ୍ତାବରେ କ୍ୟାବିନେଟ ମୋହର ବାଜିଥିଲା । ୧୫ ତାରିଖରେ ଏହାକୁ ଐତିହାସିକ ନିଷ୍ପତ୍ତି ବୋଲି କହିଥିଲେ ମନ୍ତ୍ରୀ । କିନ୍ତୁ ୧୬ ତାରିଖରେ ମନ୍ତ୍ରୀ ସୁଦାମ ମାର୍ଣ୍ଡି ଟ୍ୱିଟ୍ କରି ଏହି କ୍ୟାବିନେଟ ନିଷ୍ପତ୍ତିକୁ ସ୍ଥଗିତ କରାଯାଇଥିବା ସୂଚନା ଦେଇଥିଲେ । କିନ୍ତୁ ଏହି ନିଷ୍ପତ୍ତିକୁ ସ୍ଥଗିତ ନୁହେଁ ବରଂ ପ୍ରତ୍ୟାହୃତ କରିବାକୁ କହି ବିଧାନସଭାରେ ବିରୋଧ କରିଥିଲେ ବିରୋଧୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe