କନକ ବ୍ୟୁରୋ : ଆତ୍ମରକ୍ଷା ତାଲିମରେ କମାଲ କଲେ ସୁରଭି । ଗଜପତି ଜିଲ୍ଲା ମୋହନା ହିଲଟପ୍ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁକ୍ତଦୁଇ ପ୍ରଥମ ବର୍ଷର ଛାତ୍ରୀ ସୁରଭି ଶବର ଆତ୍ମରକ୍ଷା ତାଲିମରେ କୃତିତ୍ୱ ହାସଲ କରିଛନ୍ତି । ଗଣଶିକ୍ଷା ବିଭାଗ ଓ ଓଡ଼ିଶା ସରକାରଙ୍କ ପକ୍ଷରୁ ଭୁବନେଶ୍ୱର ଠାରେ ଅନୁଷ୍ଠିତ ଉତ୍କଳ କରାଟେ ସ୍କୁଲ ଠାରେ ଆତ୍ମରକ୍ଷା ତାଲିମରେ ଭାଗ ନେଇଥିଲେ ୮୦ ଜଣ ଛାତ୍ରୀ ।

Advertisment

ସେମାନଙ୍କ ମଧ୍ୟରୁ ସୁରଭିଙ୍କୁ ମାଷ୍ଟର ପ୍ରଶିକ୍ଷକ ଭାବେ ଚୟନ କରାଯାଇଛି । ସୁରଭି ମୋହନା ବ୍ଲକ ଦୁର୍ଗମ ଅଂଚଳ ଲମ୍ବିକିଆରୀ ଗାଁର ଆଦିବାସୀ ଝିଅ । ସେ ଜଣେ ଆଦିବାସୀ ଝିଅ ହୋଇ ବି ଏହିଭଳି ଆତ୍ମ ସୁରକ୍ଷା ତାଲିମ ନେଇ ସେ ମାଷ୍ଟର ଟ୍ରେନର ଭାବେ କୃତିତ୍ୱ ହାସଲ କରିଛନ୍ତି । ଆଗକୁ ଜିଲ୍ଲାରେ ଥିବା ମହାବିଦ୍ୟାଳୟ ଗୁଡ଼ିକରେ ପହଞ୍ଚି ଛାତ୍ରୀମାନଙ୍କୁ ଆତ୍ମରକ୍ଷା କୌଶଳ ତାଲିମ ଦେବା ନେଇ ସେ ଲକ୍ଷ୍ୟ ରଖିଛନ୍ତି ।