ମନ ଜିଣିଲେ ଅପହଞ୍ଚ ଇଲାକାର ଆଦିବାସୀ ପିଲା : ଇଣ୍ଡିଆଜ୍ ଗଟ୍ ଟ୍ୟାଲେଂଟରେ ନୃତ୍ୟ ପରିବେଷଣ କରି ଜିତିଲେ ଦର୍ଶକଙ୍କ ହୃଦୟ

ବୌଦ୍ଧ ଧର୍ମ ସଂପର୍କିତ ଡ୍ୟାନ୍ସ କରି ମାଲକାନଗିରିକୁ ଦେଲେ ଭିନ୍ନ ପରିଚୟ

137

କନକ ବ୍ୟୁରୋ : ମନ ଜିଣିଲେ ଅପହଞ୍ଚ ଇଲାକାର ଆଦିବାସୀ ପିଲା । ଜାତୀୟ ଘରୋଇ ଚ୍ୟାନେଲରେ ପ୍ରସାରିତ ପ୍ରସିଦ୍ଧ ରିୟଲିଟି ସୋ’ ଇଣ୍ଡିଆଜ୍ ଗଟ୍ ଟ୍ୟାଲେଂଟରେ ନିଜର ଦେଖାଇଛନ୍ତି ମାଲକାନଗିରିର ଆଦିବାସୀ ପିଲା । ନିଜର ଟ୍ୟାଲେଂଟ ଯୋଗୁ ଜଜ୍ ବାଦଶାହା, ଶିଳ୍ପା ସେଟ୍ଟୀ ଓ କିରଣ ଖେରଙ୍କ ମନ ଜିଣିଛନ୍ତି । ଦୁର୍ଗମ ବଣ୍ଡା ଘାଟି ଓ ସ୍ୱାଭିମାନ ଅଂଚଳର ବାପା ମା ଛେଉଁଣ୍ଡ ପିଲାମାନେ ନିଜର ନୃତ୍ୟ ତଥା ମାର୍ଶଲ ଆର୍ଟ ଦ୍ୱାରା ମାଲକାନଗିରି ଜିଲ୍ଲା ପାଇଁ ଏକ ଭିନ୍ନ ପରିଚୟ ଦେଇଛନ୍ତି । ଇଣ୍ଡିଆଜ୍ ଗଟ୍ ଟ୍ୟାଲେଂଟ କାର୍ଯ୍ୟକ୍ରମରେ ବୌଦ୍ଧ ଧର୍ମ ସଂପର୍କିତ ନୃତ୍ୟ ପରିବେଷଣ କରି ସମସ୍ତଙ୍କ ମନ ଜିଣିଛନ୍ତି ।